Covid19 Odisha Updates: ଆଜି ଓଡ଼ିଶାରେ ୨୯୦ କରୋନା ପଜିଟିଭ ଚିହ୍ନଟ

coronavirus_new

ଭୁବନେଶ୍ଵର: ରାଜ୍ୟରୁ ଆଜି ୨୨ଜିଲ୍ଲାରୁ ୨୯୦ ଜଣ କରୋନା ଆକ୍ରନ୍ତ (Corona Virus) ଚିହ୍ନଟ ହୋଇଛନ୍ତି। ଆଜି  ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine)ରୁ ୧୭୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୧୯ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୭୧ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି ଅନଗୁଳରୁ ୧୦ଜଣ, ବାଲେଶ୍ଵରରୁ ୬ଜଣ, ବରଗଡ଼ରୁ ୧୫ଜଣ, ବଲାଙ୍ଗରିରୁ ୯ଜଣ, କଟକରୁ ୧୬ଜଣ, ଢେଙ୍କାନାଳରୁ ଜଣେ, ଦେଓଗଡ଼ରୁ ଜଣେ, ଗଞ୍ଜାମରୁ ୭ଜଣ, ଜଗତସିଂପୁରରୁ ୩ଜଣ, ଯାଜପୁରରୁ ୫ଜଣ, ଝାରସୁଗୁଡାରୁ ୨୧ଜଣ, କଳାହାଣ୍ଡିରୁ ୯ଜଣ, କୋରାପୁଟରୁ ୨ଜଣ, ମୟୁରଭଞ୍ଜରୁ ୧୦ଜଣ, ନୂଆପଡ଼ାରୁ ୪୦ଜଣ, ପୁରୀରୁ ୬ଜଣ, ରାୟଗଡାରୁ ୯ଜଣ, ସମ୍ବଲପୁରରୁ ୧୧ଜଣ, ସୋନପୁରରୁ ୨ଜଣ, ସୁନ୍ଦରଗଡରୁ ୧୪ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୧୧ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୮୯ ଲକ୍ଷ ୭୫ହଜାର ୯୫ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୩ ଲକ୍ଷ ୪୦ହଜାର ୧୯୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୮୯ଜଣ ସୁସ୍ଥ ହେବା ସହିତ ମୋଟ ୩ ଲକ୍ଷ ୩୬ ୫୭୧ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୬୫୦ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | Odisha electricity unit price: ଓଡ଼ିଶା ସରକାର ବୃଦ୍ଧି କଲେ ବିଦ୍ୟୁତ୍‍ ଦର, ଏପ୍ରିଲ୍‍ ୪ରୁ ନୂଆ ଦର ଲାଗୁ

Share this:

You may have missed