ଓଡ଼ିଶାର ୪ ନବନିର୍ବାଚିତ ସାଂସଦ ଙ୍କ ଶପଥ ଗ୍ରହଣ

Share this:

ନୂଆଦିଲ୍ଲୀ : ଓଡ଼ିଶାରୁ ରାଜ୍ୟସଭାକୁ ନବନିର୍ବାଚିତ ହୋଇଥିବା ସୁବାସ ଚନ୍ଦ୍ର ସିଂ, ସୁଜିତ କୁମାର, ମୁଜିବୁଲ୍ଲା ଖାନ (ମୁନା ଖାଁ ) ଓ ମମତା ମହନ୍ତ ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି। ଓଡ଼ିଶାର ଚାରି ଜଣ ସାଂସଦ ସମେତ ସମୁଦାୟ ୬୧ ଜଣ ସାଂସଦ ଭାବେ ଶପଥନେଇଛନ୍ତି। 

ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କିଆ ନାଇଡ଼ୁ ନବନିର୍ବାଚିତ ସାଂସଦ ମାନଙ୍କୁ ଶପଥପାଠ କରାଇଛନ୍ତି। ରାଜ୍ୟସଭା ସଚିବାଳୟ ତରଫରୁ ଜାରି ସୂଚନା ଅନୁଯାୟୀ କରୋନା କଟକଣା ଯୋଗୁଁ ଶପଥ ନେଇ ପାରିନଥିବା ୨୦ଟି ରାଜ୍ୟର ନବନିର୍ବାଚିତ ସାଂସଦଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କିଆ ନାଇଡ଼ୁ ଆଜି  ଶପଥପାଠ କରାଇଛନ୍ତି। ରାଜ୍ୟସଭା ଅଧିବେଶନ ସ୍ଥଗିତ ଅଛି ତେଣୁ  ଅଧ୍ୟକ୍ଷଙ୍କ ଚ୍ୟାମ୍ବରରେ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ରାଜ୍ୟସଭାର ନବ ନିର୍ବାଚିତ ୬୧ ଜଣ ସାଂସଦଙ୍କ ମଧ୍ୟରୁ ୪୨ ଜଣ ଆଜି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତ।  ବିଜେପି ନେତା ଜ୍ୟୋତିରାଦିତ୍ୟ ସିଂଧିଆ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବ ଗୌଡ଼ା , ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶରଦ ପାୱାର, କଂଗ୍ରେସ ନେତା ଦିଗବିଜୟ ସିଂ, ଶ୍ରୀ ମଲ୍ଲିକାର୍ଜୁନ, ଶିବୁ ସୋରେନ ଭଳି  ବିଶିଷ୍ଟ ଚେହେରା ୬୧ଜଣ ରାଜ୍ୟସଭା ସାଂସଦଙ୍କ ମଧ୍ୟରେ ଅଛନ୍ତି।

Share this: