Covid19 Odisha:ପୁଣି ବଢିଲା ସଂକ୍ରମଣ, ଆଜି ଓଡ଼ିଶାରୁ ୧୦ହଜାର ୯୮୨ କରୋନା ସଂକ୍ରମିତ ଚିହ୍ନଟ

Share this:

ଭୁବନେଶ୍ଵର: ରାଜ୍ୟରେ ଗତକାଲି ୧୦ ହଜାର ତଳକୁ ଥିଲା କରୋନା ସଙ୍କ୍ରମିତ (Corona Virus) ଙ୍କ ସଂଖ୍ୟା। ହେଲେ ଆଜି ପୁଣି ରାଜ୍ୟରେ ୧୦ ହଜାରରୁ ଅଧିକ  ଚିହ୍ନଟ ହୋଇଛନ୍ତି କରୋନା ସଂକ୍ରମିତ। ଗତ ୨୪ ଘଣ୍ଟାରେ ରାଜ୍ୟର ୩୦ଜିଲ୍ଲାରୁ ପୁଣି ୧୦ହଜାର ୯୮୨ଜଣ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୬୧୪୯ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୪୮୩୩ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ମଧ୍ୟ ସର୍ବାଧିକ ୧ହଜାର ୫୩୯ ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୫୩୯ଜଣ, ବାଲେଶ୍ଵରରୁ ୩୦୩ଜଣ, ବରଗଡ଼ରୁ ୪୩୧ଜଣ, ଭଦ୍ରକରୁ ୨୩୧ଜଣ, ବଲାଙ୍ଗୀରିରୁ ୪୨୬ଜଣ, ବୌଦ୍ଧରୁ ୧୮୦ଜଣ, କଟକରୁ ୮୮୫ଜଣ, ଦେଓଗଡ଼ରୁ ୧୨୭ଜଣ, ଢେଙ୍କାନାଳରୁ ୧୮୯ଜଣ, ଗଜପତିରୁ ୧୧୧ଜଣ, ଗଞ୍ଜାମରୁ ୧୭୭ଜଣ, ଜଗତସିଂପୁରରୁ ୨୩୨ଜଣ, ଯାଜପୁରରୁ ୩୪୯ଜଣ, ଝାରସୁଗୁଡାରୁ ୩୮୦ଜଣ, କଳାହାଣ୍ଡିରୁ ୩୭୦ଜଣ, କନ୍ଧମାଳରୁ ୧୩୪ଜଣ, କେଉଁଝରରୁ ୨୫୩ଜଣ, କୋରାପୁଟରୁ ୧୯୫ଜଣ, କେନ୍ଦ୍ରାପଡ଼ାରୁ ୧୪୧ଜଣ, ମୟୁରଭଞ୍ଜରୁ ୨୩୯ଜଣ, ମାଲକାନଗିରିରୁ ୭୧ଜଣ, ନବରଙ୍ଗପୁରରୁ ୩୩୫ଜଣ, ନୟାଗଡ଼ରୁ ୧୯୨ଜଣ, ନୂଆପଡ଼ାରୁ ୩୭୮ ଜଣ, ପୁରୀରୁ ୩୯୮ଜଣ, ରାୟଗଡାରୁ ୨୧୨ଜଣ, ସମ୍ବଲପୁରରୁ ୪୫୪ଜଣ, ସୋନପୁରରୁ ୨୧୫ଜଣ, ସୁନ୍ଦରଗଡରୁ ୯୬୪ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୩୩୨ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ  ୧ କୋଟି ୬ ଲକ୍ଷ ୬୧ହଜାର ୬୪୭ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୫ ଲକ୍ଷ ୬୫ହଜାର ୬୪୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୭୫୬୪ ସୁସ୍ଥ ହେବା ସହିତ ମୋଟ ୪ଲକ୍ଷ ୬୫ ହଜାର ୧୩୩ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୯୮ ହଜାର ୨୩୦ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | Corona Virus: ଜୈବିକ ଯୁଦ୍ଧ ପାଇଁ ଚୀନ୍ ୨୦୧୫ରେ କରୋନା ଭୂତାଣୁ ପ୍ରସ୍ତୁତ କରିଥିଲା ​​

Share this: