Ghaziabad:ଗାଜିଆବାଦର ରାସାୟନିକ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ,ନିଆଁ ଲିଭାରେ ୧୦ ଦମକଳ ଗାଡି

Share this:

ଗାଜିଆବାଦ:ରାଜଧାନୀ ଦିଲ୍ଲୀକୁ ଲାଗିଥିବା ଉତ୍ତରପ୍ରଦେଶର ଗାଜିଆବାଦ (Ghaziabad) ର ଏକ ରାସାୟନିକ କାରଖାନା (Chemical Factory) ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। କାରଖାନା ଭିତରୁ ବହୁତ ଶକ୍ତିଶାଳୀ ନିଆଁ ବାହାରିଛି, ଯାହାର ଧୂଆଁ ମଧ୍ୟ ବହୁ ଦୂରରେ ଦେଖାଯାଉଥିଲା। କୁହାଯାଉଛି ଯେ ନିଆଁ ଲାଗିବା ପରେ କାରଖାନା ଭିତରୁ ମଝିରେ ମଝିରେ ବିସ୍ଫୋରଣର ଶବ୍ଦ ଶୁଣାଯାଉଛି। ଏହି କାରଣରୁ ଅଞ୍ଚଳର ଲୋକମାନେ ଭୟଭୀତ ହୋଇପଡିଛନ୍ତି। ନିଆଁ ଲାଗିବା ପରେ ୧୦ଟି ଗାଡି ଘଟଣାସ୍ଥଳରେ ପହଞ୍ଚିଛି। ଅଗ୍ନିଶମ ବିଭାଗର କର୍ମଚାରୀମାନେ ନିଆଁ ଲିଭାଇବାକୁ ଚେଷ୍ଟା କରୁଛନ୍ତି। ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଏନଡିଆରଏଫର ଏକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

Also Read | Black Fungus: କରୋନା କାଳରେ ଏକ ନୂଆ ରୋଗ ଆସିଛି ବ୍ଲାକ୍ ଫଙ୍ଗସ୍, ଜାଣନ୍ତୁ କଣ…

[amazon_auto_links id=”10233″]
Share this:

Leave a Reply

Your email address will not be published.