2+2 Meeting: ଭାରତ-ଆମେରିକା ଟୁ ପ୍ଲସ୍‍ ଟୁ ଶିଖର ବୈଠକ ଆଜି ଅନୁଷ୍ଠିତ ହେବ

Share this:

ନୂଆଦିଲ୍ଲୀ: ଭାରତ-ଆମେରିକା ଟୁ ପ୍ଲସ୍‍ ଟୁ ଶିଖର ବୈଠକ (2+2 Meeting) ଆଜି ଅନୁଷ୍ଠିତ ହେବ। ଦୁଇଦେଶ ମଧ୍ୟରେ ଭାଗିଦାରୀ ସଂପର୍କକୁ ସୁଦୃଢ଼ କରିବା ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି, ସମୃଦ୍ଧି ଓ ସ୍ଥିରତା ଆଣିବା ଉପରେ ଏଥିରେ ଆଲୋଚନା କରାଯିବ। ବୈଠକର ଅବ୍ୟବହିତ ପୂର୍ବରୁ ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ (Rajnath Singh) ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଏସ୍‍ପର୍‍ଙ୍କୁ (Mark Esper) ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।

ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି, ଆମେରିକା ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭାରତ ସାଦର ସମ୍ମାନ ଜଣାଉଛି । ଏକ ଟ୍ୱିଟ୍‍ ବାର୍ତ୍ତାରେ ଶ୍ରୀ ସିଂହ କହିଛନ୍ତି, ସେମାନଙ୍କ ମଧ୍ୟରେ କଥାବାର୍ତ୍ତା ଅତ୍ୟନ୍ତ ସଫଳ ରହିଛି ଓ ଭବିଷ୍ୟତରେ ଉଭୟ ଦେଶ ମଧ୍ୟରେ ସହଯୋଗ ବୃଦ୍ଧିରେ ଏହା ସାହାଯ୍ୟ କରିବ। ସେ କହିଛନ୍ତି, ଏହି ଆଲୋଚନା ଭାରତ-ଆମେରିକା ପ୍ରତିରକ୍ଷା ସମ୍ପର୍କ ଓ ସହଯୋଗକୁ ଏକ ନୂଆ ଦିଗ୍‍ଦର୍ଶନ ଦେବ। ଅନ୍ୟପକ୍ଷରେ ବୈଦେଶିକ ମନ୍ତ୍ରୀ ଏସ୍‍. ଜୟଶଙ୍କର ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍‍ ପମ୍ପିଓଙ୍କ (Mike Pompeo) ସହ ଗତକାଲି କଥାବାର୍ତ୍ତା କରିଛନ୍ତି।

India: ଭାରତ ଅଧିକ ଶକ୍ତିଶାଳୀ ହେଉଛି, ଚୀନ୍ ପରେ ଏବେ ଆମେରିକା ମଧ୍ୟ ମାନିଲା

ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ ଟୁ ପ୍ଲସ ଟୁ କଥାବାର୍ତ୍ତାରେ ଅଂଶଗ୍ରହଣ କରିବାକୁ ଭାରତକୁ ଦୁଇଦିନ ଗସ୍ତରେ ଆସିଛନ୍ତି। ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ ଆଜି ଅପରାହ୍ଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବେ। ଆଜି ମଧ୍ୟ ସେମାନେ ନୂଆଦିଲ୍ଲୀ ସ୍ଥିତ ଯୁଦ୍ଧ ସ୍ମାରକୀ ପରିଦର୍ଶନ କରି ସେଠାରେ ପୁଷ୍ପମାଲ୍ୟ ଅର୍ପଣ କରିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି।

Also Read: ୟୁଏନଏସସି ନିର୍ବାଚନ : ପରିଷଦର ଅସ୍ଥାୟୀ ସଦସ୍ୟତା ପାଇଁ ଭାରତର ବିଜୟ ନିଶ୍ଚିତ

Share this: