LAC: ଦଶହରାରେ ଚୀନ୍ ସୀମା ପରିଦର୍ଶନ କରିବେ ରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଅନେକ ପ୍ରକଳ୍ପର ଉଦଘାଟନ କରି ଚୀନ୍‌କୁ ଦେବେ କଡା ଜବାବ

Share this:

ଲେହ: ପୂର୍ବ ଲଦାଖରେ (Ladakh) ଭାରତ-ଚୀନ୍ ସୀମା ବିବାଦ ଅନେକ ସମୟ ଧରି ଚାଲିଆସୁଛି। ଅନେକ ବୈଠକ ସତ୍ତ୍ୱେ ଉତ୍ତେଜନାପୂର୍ଣ୍ଣ ପରିବେଶ ଶାନ୍ତ ହେଉନାହିଁ ଚୀନ ସହିତ। ଏହି ସମୟରେ ଦଶହରା ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ (Defence Minister Rajnath Singh) ଭାରତ-ଚୀନ୍ ସୀମା ପରିଦର୍ଶନ କରିବାକୁ ଯାଉଛନ୍ତି।

ପ୍ରତିରକ୍ଷା ମନ୍ତ୍ରୀ ସିକ୍କିମ (Sikkim) ପରିଦର୍ଶନ କରିବେ ଏବଂ ପିପୁଲ୍ସ ଲିବରେସନ୍ ଆର୍ମି (PLA) ସମ୍ମୁଖୀନ ହେଉଥିବା ଭାରତୀୟ ସେନା କର୍ମଚାରୀଙ୍କ ମନୋବଳ ବୃଦ୍ଧି କରିବେ। ଏହି ସମୟ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ଅସ୍ତ୍ରଶସ୍ତ୍ର ପୂଜା କରିବାର ଆୟୋଜନ ମଧ୍ୟ ରହିଛି।

ସୂଚନା ଅନୁସାରେ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ୨୩ ଓ ୨୪ ଅକ୍ଟୋବରରେ ସିକ୍କିମ ଗସ୍ତ କରିବେ ଏବଂ ସେଠାରେ ଅନେକ ସଡକ ପ୍ରକଳ୍ପ, ସେତୁ ଇତ୍ୟାଦି ଉଦ୍ଘାଟନ କରିବେ। ସାଧାରଣ ନାଗରିକ, ସୀମାନ୍ତରେ ସେନା କର୍ମଚାରୀ ଏବଂ ସେନା ପାଇଁ ଅସ୍ତ୍ରଶସ୍ତ୍ର ପହଞ୍ଚାଇବ ପାଇଁ ଏହି ରାସ୍ତା ଏବଂ ସେତୁଗୁଡ଼ିକ ବହୁ ଉପଯୋଗୀ ହେବ।

ଚୀନ ଭାରତ ସୀମାରେ ୬୦ହଜାର ସୈନ୍ୟ ନିୟୋଜିତ କରିଛି: ଆମେରିକା ବୈଦେଶିକ ସଚିବ

ପ୍ରତିରକ୍ଷା ମନ୍ତ୍ରୀ ହିନ୍ଦୁ ପରମ୍ପରା ଅନୁଯାୟୀ ଚୀନ୍ ସୀମା ନିକଟରେ ଅବସ୍ଥିତ ଏକ ସ୍ଥାନୀୟ ୟୁନିଟ୍ ସହିତ ‘ଶାସ୍ତ୍ର ପୂଜା’ କରିବେ ବୋଲି ଆଶା କରାଯାଉଛି। ଗତ ବର୍ଷ ସେ ଫ୍ରାନ୍ସ (France)ରେ ଭାରତର ପ୍ରଥମ ରାଫେଲ (Rafale) ଯୁଦ୍ଧ ବିମାନ ପାଇଁ ମଧ୍ୟ ଏହି ଶାସ୍ତ୍ର ପୂଜା କରିଥିଲେ।

Also Read| ଚୀନ୍ ଉପରେ ଜାପାନର ‘ଅର୍ଥନୈତିକ ସର୍ଜିକାଲ୍ ଷ୍ଟ୍ରାଇକ୍’ ଚୀନ୍ ଛାଡି ଭାରତ ଆସୁଥିବା କମ୍ପାନୀକୁ ସବସିଡି ମିଳିବ

Share this: