Covid-19 Angul: ଅନୁଗୁଳ ଜିଲ୍ଲାରୁ ଆଜି ୩୭୮ ଜଣ କରୋନା ପଜିଟିଭ ଚିହ୍ନଟ

Share this:

ଅନୁଗୁଳ: ଅନୁଗୁଳ (Angul) ଜିଲ୍ଲାରେ ଲଗାତାର ୩ଦିନ ଧରି ୩ ଶହରୁ ଅଧିକ କରୋନା ସଂକ୍ରମିତ (Corona ) ଚିହ୍ନଟ ହୋଇଛନ୍ତି। ଆଜି ଅନୁଗୁଳ ଜିଲ୍ଲାରୁ ଚିହ୍ନଟ ୩୭୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୫ ହଜାର ୩୮୨ରେ ପହଞ୍ଚିଛି। ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୁଳରେ ସ୍ଵାବ ନମୁନା ଦେଇଥିବା ବ୍ୟକ୍ତିମାନଂକ ମଧ୍ୟରୁ ୧୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୪୧ରେ ପହଂଚିଛି।

ଅନୁଗୁଳ ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଂକ ମଧ୍ୟରେ ଛେଣ୍ଡିପଦା ବ୍ଳକ୍ ଅଂଚଳରୁ ୫୫ଜଣଙ୍କ ମଧ୍ୟରୁ ୪୫ଜଣ ପୁରୁଷ ଓ ୧୦ଜଣ ମହିଳା, ତାଳଚେର ବ୍ଲକ୍ ଅଂଚଳରୁ ୨୨ଜଣଙ୍କ ମଧ୍ୟରୁ ୧୬ଜଣ ପୁରୁଷ ଓ ୬ଜଣ ମହିଳା, କଣିହାଁ ବ୍ଳକ୍ ଅଂଚଳରୁ ୬୭ଜଣଙ୍କ ମଧ୍ୟରୁ ୪୯ଜଣ ପୁରୁଷ ଓ ୧୮ଜଣ ମହିଳା, ବଅଁରପାଳ ବ୍ଳକ୍‌ ଅଂଚଳରୁ ୬୭ଜଣଙ୍କ ମଧ୍ୟରୁ  ୪୪ଜଣ ପୁରୁଷ ଓ ୨୩ଜଣ ମହିଳା, ଅନୁଗୋଳ ପୌରାଞ୍ଚଳରୁ ୬୨ଜଣଙ୍କ ମଧ୍ୟରୁ ୪୩ଜଣ ପୁରୁଷ ଓ ୧୯ଜଣ ମହିଳା, ତାଳଚେର ପୌରାଞ୍ଚଳରୁ ୧୮ଜଣଙ୍କ ମଧ୍ୟରୁ ୧୧ଜଣ ପୁରୁଷ ଓ ୭ଜଣ ମହିଳା, କିଶୋରନଗର ବ୍ଳକ୍ ଅଂଚଳରୁ ୨୫ମଧ୍ୟରୁ ୧୭ଜଣ ପୁରୁଷ ଓ ୮ଜଣ ମହିଳା, ପାଳଲହଡା ବ୍ଳକ ଅଂଚଳରୁ ୩୦ଜଣଙ୍କ ମଧ୍ୟରୁ ୧୫ଜଣ ପୁରୁଷ ଓ ୧୫ଜଣ ମହିଳା, ଅନୁଗୁଳ ବ୍ଳକ୍ ଅଂଚଳରୁ ୨୫ଜଣଙ୍କ ମଧ୍ୟରୁ ୧୪ଜଣ ପୁରୁଷ ଓ ୧୧ଜଣ ମହିଳା, ଆଠମଲ୍ଲିକ ବ୍ଲକ୍ ଅଂଚଳରୁ ୩ ମହିଳା ଏବଂ ଆଠମଲ୍ଲିକ ବିଜ୍ଞାପିତ ଅଂଚଳ ପରିଷଦରୁ ୪ଜଣଙ୍କ ମଧ୍ୟରୁ ୩ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି।

ଆଜି ଚିହ୍ନଟ ହୋଇଥିବା ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତମାନଂକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ୱଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତମାନଂକୁ ନିଜ ଘରେ Isolation ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରକାଶ କରିଛନ୍ତି।

ସେହିପରି ଆଜି ଅନୁଗୁଳ ଜିଲ୍ଲାରୁ ୧୦୫ଜଣ ସୁସ୍ଥ ହୋଇଥିବାର ଜଣାପଡିଛି।

amazon-adv

Related Post : Corona Vaccine:କରୋନା ଟୀକା ନେବାପରେ ଏହା କାମ କରିଛି କି ନାହିଁ ଜାଣନ୍ତୁ

Share this: