Covid19 Odisha: ରାଜ୍ୟରୁ ଆଜି ପୁଣି ୮ ହଜାର ୬୮୧ଜଣ କରୋନା ସଂକ୍ରମିତ ଚିହ୍ନଟ

Share this:

ଭୁବନେଶ୍ଵର: ଗତ ୨୪ ଘଣ୍ଟାରେ ରାଜ୍ୟର ୩୦ଜିଲ୍ଲାରୁ ଭାବେ ୮ହଜାର ୬୮୧ଜଣ କରୋନା (Corona Virus)  ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୪୯୪୮ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୩୭୩୩ ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Related Post : Mask: ସରକାରଙ୍କ ନୂଆ ପରାମର୍ଶ; ଘରେ ମଧ୍ୟ ମାସ୍କ ପିନ୍ଧନ୍ତୁ! କରୋନାର ଦ୍ୱିତୀୟ ଲହର ହେଉଛି ଭୟଙ୍କର

ଆଜି ସର୍ବାଧିକ ୧୪୦୮ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୪୧୯ଜଣ, ବାଲେଶ୍ଵରରୁ ୧୫୫ଜଣ, ବରଗଡ଼ରୁ ୪୨୩ଜଣ, ଭଦ୍ରକରୁ ୧୦୩ଜଣ, ବଲାଙ୍ଗୀରିରୁ ୪୫୯ଜଣ, ବୌଦ୍ଧରୁ ୫୭ଜଣ, କଟକରୁ ୫୭୦ଜଣ, ଦେଓଗଡ଼ରୁ ୧୦୨ଜଣ, ଢେଙ୍କାନାଳରୁ ୩୩ଜଣ, ଗଜପତିରୁ ୧୨୫ଜଣ, ଗଞ୍ଜାମରୁ ୧୯୮ଜଣ, ଜଗତସିଂପୁରରୁ୨୧ଜଣ, ଯାଜପୁରରୁ ୩୨୧ଜଣ, ଝାରସୁଗୁଡାରୁ ୪୧୧ଜଣ, କଳାହାଣ୍ଡିରୁ ୧୯୫ଜଣ, କନ୍ଧମାଳରୁ ୫୪ଜଣ, କେଉଁଝରରୁ ୧୪୮ଜଣ, କୋରାପୁଟରୁ ୧୧୩ଜଣ, କେନ୍ଦ୍ରାପଡ଼ାରୁ ୮୫ଜଣ, ମୟୁରଭଞ୍ଜରୁ ୨୨୦ଜଣ, ମାଲକାନଗିରିରୁ ୩୪ଜଣ, ନବରଙ୍ଗପୁରରୁ ୩୬୮ଜଣ, ନୟାଗଡ଼ରୁ ୧୬୦ଜଣ, ନୂଆପଡ଼ାରୁ ୩୦୪ଜଣ, ପୁରୀରୁ ୫୧୪ଜଣ, ରାୟଗଡାରୁ ୧୫୧ଜଣ, ସମ୍ବଲପୁରରୁ ୪୧୦ଜଣ, ସୋନପୁରରୁ ୯୮ଜଣ, ସୁନ୍ଦରଗଡ଼ରୁ ୭୪୫ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୨୭୭ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ  ୧ କୋଟି ୮୬ ହଜାର ୬୫୬ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୪ ଲକ୍ଷ ୪୪ ହଜାର ୧୯୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୪୬୭୯ଜଣ ସୁସ୍ଥ ହେବା ସହିତ ମୋଟ ୩ ଲକ୍ଷ ୮୦ ହଜାର ୪୦୦ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୧ହଜାର ୬୯୮ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | Covid-19 Angul: ଅନୁଗୁଳ ଜିଲ୍ଲାରୁ ଆଜି ୩୭୮ ଜଣ କରୋନା ପଜିଟିଭ ଚିହ୍ନଟ

Share this: