BMC: ଏଥର ଭୁବନେଶ୍ୱରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

Share this:

ଭୁବନେଶ୍ୱର: Mask wearing compulsory in BMC area Bhubaneswarଓଡ଼ିଶାରେ ଦିନକୁ ଦିନ ବଢୁଛି କରୋନା ସଂକ୍ରମଣ (Odisha Coronavirus)। ସବୁଠାରୁ ଖୋର୍ଦ୍ଧା ଜିଲ୍ଲା ଅଧିକ କରୋନା ପ୍ରବଣ। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ଵର ମହାନଗର ନିଗମ (BMC) ପକ୍ଷରୁ ସର୍ବସାଧାରଣ ସ୍ଥାନରେ ଏଣିକି ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ନିଷ୍ପତ୍ତି ନେଇଛି। ମାସ୍କ ପିନ୍ଧିବା ସହ ସାମାଜିକ ଦ୍ୱରତା ପାଳନ କରିବାକୁ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି।

ସୂଚନା ଅନୁସାରେ ଭୁବନେଶ୍ୱର ରହୁଥିଲେ କିମ୍ବା ବାହାରୁ ଏଠାକୁ ଆସୁଥିଲେ ଏଣିକି ବାଧ୍ୟତାମୂଳକ ଭାବେ ମାସ୍କ ପରିଧାନ କରିବେ। ବର୍ତ୍ତମାନ କରୋନା ସଂକ୍ରମଣ ବଢ଼ିବାରୁ ବିଏମ୍‌ସି କଟକଣା କରିଛି। ସର୍ବସାଧାରଣ ସ୍ଥାନରେ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି। ମାସ୍କ ପରିଧାନ ସହ ୨ ମିଟର ସାମାଜିକ ଦୂରତା ବଜାୟ ରଖିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ବାହାରେ ଛେପ ପକାଇବା ନେଇ ମଧ୍ୟ ବିଏମ୍‌ସି କଟକଣା ଜାରି କରିଛି। ନିୟମିତ ହାତ ଧୋଇବାକୁ ନେଇ ମଧ୍ୟ ପରାମର୍ଶ ହୋଇଛି। ଏଥିସହିତ ସପିଂ ମଲ୍‌, ଦୋକାନ ଓ ବଜାରରେ ମଧ୍ୟ ଏହି ନିୟମ ଲାଗୁ ହୋଇଛି। ଅନ୍ୟପଟେ ସମସ୍ତ ସରକାରୀ ଓ ଘରୋଇ କାର୍ଯ୍ୟାଳୟରେ କରୋନା କଟକଣାକୁ ଗୁରୁତର ସହିତ ନିଆଯିବ ବୋଲି କୁହାଯାଇଛି।

Read Also | Covid19 Odisha: ଆଜି ୧୭ ଜିଲ୍ଲାରୁ ୧୫୫ କରୋନା ପଜିଟିଭ ଚିହ୍ନଟ

Share this:

Leave a Reply

Your email address will not be published. Required fields are marked *