Corona Vaccine:କରୋନା ଟୀକା ନେବାପରେ ଏହା କାମ କରିଛି କି ନାହିଁ ଜାଣନ୍ତୁ

Share this:

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ (Covid-19) ବୃଦ୍ଧି ପାଉଛି।  ଦୈନିକ ୩ ଲକ୍ଷରୁ ଅଧିକ ସଂକ୍ରମିତ ହେଉଛନ୍ତି। ଏପରିସ୍ଥଳେ ସାର୍ବଜନୀନ କରୋନା ଟିକାକରଣ (Corona Vaccination) ଅଭିଯାନ ଜାରି ରହିଛି। ବିଶେଷଜ୍ଞଙ୍କ ମତରେ ଟୀକା ନେବା ସହିତ କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଜାରି ହୋଇଥିବା ମାର୍ଗଦର୍ଶିକା ପାଳନ କରିବା ଅତ୍ୟନ୍ତ ଜରୁରୀ ଅଟେ। ଯେପରିକି ନିୟମିତ ହାତଧୋଇବା, ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା।

Related Post | Covid Second Wave: କରୋନା ସଂକ୍ରମଣର ଦ୍ୱିତୀୟ ଲହର ସର୍ବଦା ଅଧିକ ପ୍ରଭାବଶାଳୀ ହୋଇଥାଏ: RMRC ନିର୍ଦେଶିକା

କରୋନା ଟୀକା ନେବା ପରେ ଏହା କାମ କରୁଛି କି ନାହିଁ ସେ ନେଇ ମନରେ ପ୍ରଶ୍ନ ଉଠୁଛି। ଟୀକା ନେବା ପରେ କିଛି ଲୋକଙ୍କଠାରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଉ ନାହିଁ। ମାତ୍ର ଅନ୍ୟ କେତେକଙ୍କଠାରେ ଦେହ ଥଣ୍ଡା ଲାଗିବା, ଜ୍ୱର ହେବା, ଶରୀର ବିନ୍ଧାବିନ୍ଧି କରିବା, ଦୁର୍ବଳ ଲାଗିବା, ଥକ୍କା ଲାଗିବା ଆଦି ଲକ୍ଷଣ ପ୍ରକାଶ ପାଇଥାଏ। ଏଥିରୁ ଜଣା ପଡ଼ିଥାଏ ଯେ, ଟୀକା ଠିକ୍ ଭାବେ କାମ କରୁଛି। ଏସବୁ ଲକ୍ଷଣ ଶରୀରରେ ହଠାତ୍ ବୃଦ୍ଧି ପାଉଥିବା ରୋଗପ୍ରତିରୋଧକ ଶକ୍ତି ଯୋଗୁ ପ୍ରକାଶ ପାଇଥାଏ। ବିଶେଷଜ୍ଞ ଙ୍କ ମତରେ ଏନେଇ ବ୍ୟସ୍ତ ହେବାର କୌଣସି କାରଣ ନାହିଁ। ଏହା ସ୍ଵାଭାବିକ ପ୍ରକ୍ରିୟା ଦିନେ ଅବା ଦୁଇ ଦିନ ପରେ ଏସବୁ ସମସ୍ୟା ଦୂର ହୋଇଯାଇଥାଏ।

Also Read | Covid19 Odisha:ଆଜି ରାଜ୍ୟରୁ ଆଉ ୬ ହଜାର ୯୯୮ଜଣ କରୋନା ସଂକ୍ରମିତ ଚିହ୍ନଟ,କୋଟିଏ ଟପିଲା ଟେଷ୍ଟିଂ

Share this: