Community Transmission: ଭୁବନେଶ୍ୱର ଓ କଟକରେ ଗୋଷ୍ଠୀ ସଂକ୍ରମଣ ସ୍ଥିତି:ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

Share this:

ଭୁବନେଶ୍ଵର: ରାଜ୍ୟରେ ଦୈନିକ ୮ ହଜାରରୁ ଅଧିକ କରୋନା ସଂକ୍ରମିତ (Corona Pandemic) ଚିହ୍ନଟ ହେଉଛନ୍ତି। ରାଜ୍ୟର ଦୁଇ ପ୍ରମୁଖ ସହରର ଭୁବନେଶ୍ଵର (Bhubaneswar) ଓ କଟକ (Cuttack) ରେ ଏବେ ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି ଉପୁଜିଲାଣି ବୋଲି ସ୍ଵାସ୍ଥ୍ୟ ବିଭାଗ ନିର୍ଦେଶକ କହିଛନ୍ତି। ରାଜଧାନୀ ଭୁବନେଶ୍ଵରରେ ଜଣେ ସଂକ୍ରମିତ ବ୍ୟକ୍ତି  ଏକାଧିକ ବ୍ୟକ୍ତିଙ୍କୁ ସଂକ୍ରମିତ କରୁଛନ୍ତି। ବର୍ତ୍ତମାନ ଏକାଧିକ ଲୋକ ବାହାରୁ ଆସୁଥିବାରୁ ଭୁବନେଶ୍ଵରରେ ସଂକ୍ରମଣ ବଢୁଛି। ଏହି ଦୁଇ ସହରରେ ସଂକ୍ରମଣ ଆହୁରି ବଢ଼ିବ ବୋଲି ସ୍ଵାସ୍ଥ୍ୟ ନିର୍ଦେଶକ ସୂଚନା ଦେଇଛନ୍ତି। ଜଣେ ଲୋକ ଅତି କମରେ ୨ ଶହ ଲୋକଙ୍କୁ ସଂକ୍ରମିତ କରିପାରିବ ବୋଲି ସତର୍କ କରି କହିଛନ୍ତି।

Related Post | Corona Odisha: ଓଡ଼ିଶାରେ କରୋନା ବିସ୍ପୋଟକ, ଆଜି ରାଜ୍ୟରୁ ସର୍ବାଧିକ ୮ହଜାର ୩୮୬ଜଣ ଚିହ୍ନଟ

ବିଏମସି (BMC) କମିଶନର ରାଜଧାନୀ ଭୁବନେଶ୍ଵରରେ ଆଗାମୀ ଦିନରେ ଉପୁଜିବାକୁ ଥିବା ଖରାପ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ହେଉଥିବା କହିଛନ୍ତି। ସେ କହିଛନ୍ତି, ଭୁବନେଶ୍ଵରରେ ସଂକ୍ରମଣ ବଢ଼ି ଚାଲିଛି, କିନ୍ତୁ ଲୋକେ ସଚେତନ ହେଉନାହାନ୍ତି। ଲୋକ ସହଯୋଗ ନ କଲେ କି ନିୟମ ନ ମାନିଲେ କଡ଼ା ପଦକ୍ଷେପ ନିଆଯିବ। କଣ୍ଟେନମେଣ୍ଟ ଜୋନ (Contentment Zone ) କରିବାକୁ ଚେଷ୍ଟା ଆରମ୍ଭ ହୋଇଛି। ଆମ ପାଖରେ ୩ ହଜାର ବେଡ୍‌ ଅଛି। ୧୦ ଦିନରେ ଆଉ ୩ ହଜାର ମିଶିବ। ୩ ହଜାରରୁ ୧୫ ଶହ ବେଡ୍‌ ଖାଲି ଅଛି। ୮୫ ପ୍ରତିଶତ ଲୋକ ଗୃହ ସଂଗରୋଧରେ ରହିଛନ୍ତି ବୋଲି କମିଶନର ସୂଚନା ଦେଇଛନ୍ତି।

amazon-adv

Also Read | Corona Vaccination:୧୮ ବର୍ଷରୁ ଅଧିକ ନାଗରିକଙ୍କୁ ଟିକାକରଣ ପାଇଁ ଆସନ୍ତା କାଲିଠାରୁ ଦେଶବ୍ୟାପୀ ପଞ୍ଜୀକରଣ ଆରମ୍ଭ

Share this:

Leave a Reply

Your email address will not be published. Required fields are marked *