India-Russia: ରୁଷ ରାଷ୍ଟ୍ରପତି ପୁଟିନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାର୍ତ୍ତାଳାପ, ରୁଷ ଯଥା ସମ୍ଭବ ଦେବ ସାହାଯ୍ୟ

Share this:

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (PM Modi) ରୁଷ ରାଷ୍ଟ୍ରପତି ମହାମହିମ ଭ୍ଲାଡିମିର ପୁଟିନ (President Vladimir Putin) ଙ୍କ ସହ ଟେଲିଫୋନ ଯୋଗେ କଥାବାର୍ତ୍ତା ହୋଇଛନ୍ତି। ଉଭୟ ନେତା କୋଭିଡ-୧୯ (Covid-19) ମହାମାରୀ ସମ୍ପର୍କରେ ଆଲୋଚନା କରିଛନ୍ତି।

ରାଷ୍ଟ୍ରପତି ପୁଟିନ ଏହି ସମୟରେ ଭାରତ ସରକାର (Government Of  India) ଓ ଦେଶବାସୀଙ୍କ ସହିତ ଅଛନ୍ତି ଓ ରୁଷ ଯଥା ସମ୍ଭବ ସାହାଯ୍ୟ ଯୋଗାଇ ଦେବ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ରାଷ୍ଟ୍ରପତି ପୁଟିନଙ୍କୁ ଧନ୍ୟବାଦ ଜଣାଇବା ସହ ଭାରତକୁ ରୁଷର ସାହାଯ୍ୟ ଦୁଇ ଦେଶର ବନ୍ଧୁତ୍ୱର ପ୍ରତୀକ ବୋଲି କହିଛନ୍ତି।

ଉଭୟ ନେତା ବୈଶ୍ୱିକ ମହାମାରୀ ମୁକାବିଲା କରିବା ଦିଗରେ ଦୁଇ ଦେଶର ସହଯୋଗ ସମ୍ପର୍କରେ ଆଲୋଚନା କରିଥିଲେ। ସ୍ପୁଟନିକ୍‌-ଭି (Sputnik-V) ଟିକାର ଆପତକାଳୀନ ବ୍ୟବହାରକୁ ଭାରତ ଅନୁମୋଦନ କରିବା ନେଇ ପୁଟିନ ତାହାର ପ୍ରଶଂସା କରିଥିଲେ। ଭାରତ, ରୁଷ ଓ ଅନ୍ୟାନ୍ୟ ଦେଶରେ ରୁଷୀୟ ଟିକା ପ୍ରସ୍ତୁତ ହେବ ବୋଲି ଦୁଇଦେଶ ନେତା ଉଲ୍ଲେଖ କରିଛନ୍ତି। 

ଦୁଇଦେଶର ସ୍ୱତନ୍ତ୍ର ଅଂଶୀଦାରୀତା ମନୋଭାବ ଦୃଷ୍ଟିରୁ ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଦୃଢ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଭାରତରେ ଗଗନଯାନ କାର୍ଯ୍ୟକ୍ରମ ଓ ଏଥିପାଇଁ ଚାରିଜଣ ମହାକାଶଚାରିଙ୍କ ରୁଷରେ ତାଲିମ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ସାଧୁବାଦ ଜଣାଇଛନ୍ତି।

ଉଦ୍‌ଜାନ ମିତବ୍ୟୟିତା ସହ ଅକ୍ଷୟ ଶକ୍ତି କ୍ଷେତ୍ରରେ ଉଭୟ ଦେଶର ଅଧିକ ସହଯୋଗ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଉଭୟ ଦେଶର ବୈଦେଶିକ ଓ ପ୍ରତିରକ୍ଷା ମନ୍ତ୍ରୀ ନୂତନ ଭାବେ ବିଭିନ୍ନ ଆଲୋଚନା ପାଇଁ ଦୁଇ ନେତାଙ୍କ ମଧ୍ୟରେ ସହମତି ହୋଇଛି।

ସେପ୍ଟେମ୍ବର ୨୦୧୯ରେ ଉଭୟ ନେତା ଭ୍ଲାଡିଭୋଷ୍ଟକ ଶିଖର ସମ୍ମିଳନୀରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମଧ୍ୟ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଗାମୀ ଦିନରେ ପୁଟିନଙ୍କୁ ଭାରତ ଆସିଲେ ଉଭୟନେତା ଦ୍ୱିପାକ୍ଷିକ ଆଲୋଚନା ଅଧିକ ବ୍ୟାପକ ହୋଇପାରିବ ବୋଲି କହିଛନ୍ତି। ୨୦୨୧ ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧିନାୟକତ୍ୱକୁ ରୁଷ ପୂର୍ଣ୍ଣ ସମର୍ଥନ ଦେବ ବୋଲି ଶ୍ରୀ ପୁଟିନ ପ୍ରଧାନମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଦ୍ୱିପାକ୍ଷିକ ଓ ଆନ୍ତର୍ଜାତିକ ବ୍ୟାପାରରେ ଉଭୟନେତା ଆଲୋଚନା କରିବେ ବୋଲି ନିଜ ନିଜ ସମ୍ମତି ପ୍ରଦାନ କରିଛନ୍ତି।

Also Read | ଦିଲ୍ଲୀରେ L-G ଏକମାତ୍ର ସରକାର ହେବ, କେନ୍ଦ୍ର ସରକାର GNCTD ଅଧିନିୟମ କଲେ କାର୍ଯ୍ୟକାରୀ, କେଜ୍ରିୱାଲ ନିରାଶ!

Share this:

Leave a Reply

Your email address will not be published. Required fields are marked *