Covid Second Wave: କରୋନା ସଂକ୍ରମଣର ଦ୍ୱିତୀୟ ଲହର ସର୍ବଦା ଅଧିକ ପ୍ରଭାବଶାଳୀ ହୋଇଥାଏ: RMRC ନିର୍ଦେଶିକା

Share this:

ଭୁବନେଶ୍ଵର: କରୋନା ସଂକ୍ରମଣର ଦ୍ୱିତୀୟ ଲହର ସର୍ବଦା ଅଧିକ ପ୍ରଭାବଶାଳୀ ହୋଇଥାଏ। ମହାମାରୀର ଇତିହାସକୁ ଲକ୍ଷ୍ୟ କଲେ ଜଣାଯାଏ ଯେ ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହର ତୀବ୍ର ଗତିରେ ବୃଦ୍ଧି ପାଇଥାଏ। ତେଣୁ ଆମକୁ ପୂର୍ବ ଭଳି ସତର୍କ ରହିବାକୁ ହେବ ବୋଲି ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର (Regional Medical Research Centre) ର ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି ପରାମର୍ଶ ଦେଇଛନ୍ତି।

କରୋନା ସଂକ୍ରମଣର ଶୃଙ୍ଖଳକୁ ଭାଙ୍ଗିବାକୁ ହେଲେ ସମସ୍ତଙ୍କ ସହଯୋଗ ଆବଶ୍ୟକ। ଲୋକେ ସତର୍କ ରହିବା ସହ ସଂଯମତା ଆଚରଣ କଲେ ଶୃଙ୍ଖଳ ଭାଙ୍ଗିବ ବୋଲି ଡାକ୍ତର ପତି କହିଛନ୍ତି। ଟିକା ନେବା ସତ୍ତ୍ୱେ ମାସ୍କ୍‍ ପିନ୍ଧିବା ଓ କରୋନା କଟକଣା ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ରାଜ୍ୟରେ କରୋନାର ୨ୟ ତରଙ୍ଗ ଅତି ଭୟଙ୍କର ରୂପ ନେଲାଣି। ଦୈନିକ ସଂକ୍ରମଣ ୮ ହଜାର ଅତିକ୍ରମ କଲାଣି। ତେବେ ଲୋକଙ୍କ ମଧ୍ୟରେ ସଂଯମତା ଏବଂ ସତର୍କତାରେ ଅବହେଳା ଏହାର ପ୍ରମୁଖ କାରଣ ବୋଲି କହିଛନ୍ତି ଆରଏମଆରସି ନିର୍ଦେଶିକା ଡାକ୍ତର ସଂଘମିତ୍ରା ପତି।

ଯଦି କେହି କୌଣସି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବେ ତେବେ ପରୀକ୍ଷା କରାଇ ନିଅନ୍ତୁ। ଲକ୍ଷଣ ଦେଖାଦେଲେ ତୁରନ୍ତ ପରୀକ୍ଷା କରାଇ ନେବା ଜରୁରୀ। ପରୀକ୍ଷା ରିପୋର୍ଟ ନ ଆସିବା ଯାଏ ନିଜକୁ ଏକାନ୍ତବାସରେ ରଖନ୍ତୁ। ଏକାନ୍ତବାସରେ ରହିବା ସହିତ ମାସ୍କ ପରିଧାନ କରନ୍ତୁ। କରୋନା ଟିକା ନେଇଥିଲେ ବି ଯଦି କୌଣସି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସୁଛନ୍ତି, ତା’ହେଲେ ପରୀକ୍ଷା କରାଇ ନିଅନ୍ତୁ ବୋଲି କହିଛନ୍ତି ଡା. ପତି।

Also Read | Community Transmission: ଭୁବନେଶ୍ୱର ଓ କଟକରେ ଗୋଷ୍ଠୀ ସଂକ୍ରମଣ ସ୍ଥିତି:ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

Share this: