Bihar : ବିହାରର ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର, ଆସନ୍ତାକାଲି ଶପଥ ଗ୍ରହଣ, ସୁଶୀଲ ମୋଦୀ ହେବେ ବିଧାନମଣ୍ଡଳ ନେତା

Share this:

ପାଟନା: ବିହାର ବିଧାନସଭା ନିର୍ବାଚନ ୨୦୨୦ (Bihar  Assembly Election-2020) ର ଫଳାଫଳ ଆସିବା ପରେ ସରକାରୀ ଗଠନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ଆଜି ପାଟନାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (NDA) ର ଗୁରୁତ୍ୱପୂର୍ଣ୍ଣ ବୈଠକ  ଆରମ୍ଭ ହୋଇଛି। ସୂଚନା ଅନୁସାରେ ନୀତୀଶ କୁମାର (Nitish Kumar) ଙ୍କୁ ଏନଡିଏର ନେତା ଭାବେ ମନୋନୀତ କରାଯାଇଛି। ଏଥି ସହିତ ସୁଶୀଲ ମୋଦୀ (Sushil Modi) ଡେପୁଟି ସିଏମ ଭାବରେ ରହିବେ ବୋଲି ଖବର ମିଳୁଛି।

ସେହିପରି ବିଧାୟକ ତାରକେଶ୍ୱର ପ୍ରସାଦ ବିଜେପି ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି। ଏହାର ସରକାରୀ ଘୋଷଣା ରାଜନାଥ ସିଂ କହିଛନ୍ତି। ନୀତୀଶ କୁମାର ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଆସନ୍ତାକାଲି ସେ ସିଏମ୍ ଭାବେ ଶପଥ ଗ୍ରହଣ କରିବେ। ବିହାରରେ ଏନଡିଏର ନେତା ଭାବେ ନୀତୀଶ କୁମାର ନିର୍ବାଚିତ ହୋଇଛନ୍ତି। କିଛି ମନ୍ତ୍ରୀ ମଧ୍ୟ ତାଙ୍କ ସହ ଶପଥ ଗ୍ରହଣ କରିବେ। ଏହା ସହ ରାଜଭବନ ସୁରକ୍ଷାକୁ କଡାକଡି କରାଯାଇଛି। ତେବେ ଡେପୁଟି ସିଏମଙ୍କ ନାମ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ।

Also Read | Religious Places Reopens: ଉଦ୍ଧବ ସରକାରଙ୍କ ନିଷ୍ପତ୍ତି; ସୋମବାରରୁ ମହାରାଷ୍ଟ୍ରରେ ଖୋଲିବ ଧାର୍ମିକ ସ୍ଥାନ

Share this:

Leave a Reply

Your email address will not be published. Required fields are marked *