ଓଡ଼ିଶାରେ ଆଜି ରେକର୍ଡ ସଂଖ୍ୟକ ୪୮ ଜଣ Corona ଆକ୍ରାନ୍ତଙ୍କ ମୃତ୍ୟୁ, ମୋଟ ୪ ହଜାର ପାର

Share this:

ଭୁବନେଶ୍ୱର: ଆଜି ରାଜ୍ୟରୁ ୪୮ଜଣ କରୋନା (Coronavirus) ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪ ହଜାର ୧୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୭ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ସେହିପରି ନୟାଗଡ ଓ କଟକ ଜିଲ୍ଲାରୁ ୫ଜଣ ଲେଖାଏଁ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ସୁନ୍ଦରଗଡ ଓ ଗଞ୍ଜାମରୁ ୪ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି। ସେହିପରି ବରଗଡ଼, ବୌଦ୍ଧ ଏବଂ ଢେଙ୍କାନାଳରୁ ୩ଜଣ ଲେଖାଏଁ  କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ଅନୁଗୁଳ, ବାଲେଶ୍ଵର, ଭଦ୍ରକ ଏବଂ ଝାରସୁଗୁଡାରୁ ୨ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି। କନ୍ଧମାଳ, କଳାହାଣ୍ଡି, ଜଗତସିଂପୁର, ପୁରୀ, କୋରାପୁଟଏବଂ ସମ୍ବଲପୁରରୁ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୩୭ ଲକ୍ଷ ୫୯ ହଜାର ୮୭୦ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୯ ଲକ୍ଷ ୯ ହଜାର ୮୦୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୩ ହଜାର ୫୨୦ସୁସ୍ଥ ହେବା ସହିତ ମୋଟ ୮ ଲକ୍ଷ ୭୪ ହଜାର ୩୦୭ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୧ ହଜାର ୪୨୨ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”9932″]

Also Read | Chanakya Niti: ମା ଲକ୍ଷ୍ମୀ ଏହି ସ୍ଥାନରେ କେବେବି ରୁହନ୍ତି ନାହିଁ, ତୁରନ୍ତ କରନ୍ତୁ ପରିବର୍ତ୍ତନ

amazon-sale
Share this: