Odisha:ଆଜି ଓଡ଼ିଶାରୁ ୩୩୭୧ଜଣ Covid ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର: ଗତ ୨୪ ଘଣ୍ଟାରେ ଓଡ଼ିଶା (Odisha) ରୁ ୩ ହଜାର ୩୭୧ଜଣ କରୋନା ସଂକ୍ରମିତ (Coronavirus)  ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ବର୍ତ୍ତମାନ କମୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୧୯୨୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୪୪୯ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୫୩୦ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୯୩ଜଣ, ବାଲେଶ୍ଵରରୁ ୨୫୮ଜଣ, ବରଗଡ଼ରୁ ୩୫ଜଣ, ଭଦ୍ରକରୁ ୧୭୬ଜଣ, ବଲାଙ୍ଗୀରିରୁ ୧୨ଜଣ, ବୌଦ୍ଧରୁ ୧୯ଜଣ, କଟକରୁ ୪୬୮ଜଣ, ଦେଓଗଡ଼ରୁ ୩ଜଣ, ଢେଙ୍କାନାଳରୁ ୫୮ଜଣ, ଗଜପତିରୁ ୧୨ଜଣ, ଗଞ୍ଜାମରୁ ୨୧ଜଣ, ଜଗତସିଂପୁରରୁ ୧୩୫ଜଣ, ଯାଜପୁରରୁ ୨୧୦ଜଣ, ଝାରସୁଗୁଡାରୁ ୧୫ଜଣ, କଳାହାଣ୍ଡିରୁ ୧୧ଜଣ, କନ୍ଧମାଳରୁ ୨୯ଜଣ, କେନ୍ଦ୍ରାପଡ଼ାରୁ ୨୧୯ଜଣ, କେଉଁଝରରୁ ୭୦ଜଣ, କୋରାପୁଟରୁ ୫୨ଜଣ, ମୟୁରଭଞ୍ଜରୁ ୨୨୨ଜଣ, ମାଲକାନଗିରିରୁ ୮୦ଜଣ, ନବରଙ୍ଗପୁରରୁ ୩୪ଜଣ, ନୟାଗଡ଼ରୁ ୧୩୫ଜଣ, ନୂଆପଡ଼ାରୁ ୮ଜଣ, ପୁରୀରୁ ୧୯୩ଜଣ, ରାୟଗଡାରୁ ୫୯ଜଣ, ସମ୍ବଲପୁରରୁ ୨ଜଣ, ସୋନପୁରରୁ ୨୨ଜଣ, ସୁନ୍ଦରଗଡରୁ ୭୨ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୯୨ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୩୭ ଲକ୍ଷ ୫୯ ହଜାର ୮୭୦ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୯ ଲକ୍ଷ ୯ ହଜାର ୮୦୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୩ ହଜାର ୫୨୦ସୁସ୍ଥ ହେବା ସହିତ ମୋଟ ୮ ଲକ୍ଷ ୭୪ ହଜାର ୩୦୭ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୧ ହଜାର ୪୨୨ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | Online News Media ଆଉ ପ୍ରଚାର କରିପାରିବେନି ମିଛ ଓ ଗୁଜବ ଖବର, Facebook ଏବଂ Google ରେ

[amazon_auto_links id=”9932″]

Share this: