Dhenkanal:ଢେଙ୍କାନାଳ ଜିଲ୍ଲାରୁ ଆଜି ୬୭ଜଣ Covid ପଜିଟିଭ ଚିହ୍ନଟ,ଜଣେ ମୃତ
ଢେଙ୍କାନାଳ: ଢେଙ୍କାନାଳ (Dhenkanal) ଜିଲ୍ଲାରୁ ଆଜି ନୂଆ ୬୭ଜଣ କରୋନା ସଂକ୍ରମିତ (Covid-19) ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରେ ହୋମ କ୍ୱାରାଣ୍ଟାଇନ୍ (Home Quarantine) ରୁ ୬୧ ଏବଂ ହସ୍ପିଟାଲରୁ ୬ଜଣ ଚିହ୍ନଟ ଅଛନ୍ତି।
ଆଜି ଢେଙ୍କାନାଳ ପୌରାଞ୍ଚଳ (Dhenkanal Municipality) ରୁ ୧୯ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗୁଡିଆନାଳି ଏବଂ GNM ଟ୍ରେନିଂ ସେଣ୍ଟରରୁ ୩ଜଣ ଲେଖାଏଁ ଥିବାବେଳେ ଷ୍ଟେସନ୍ ବଜାର ଏବଂ ସିମିଳିଆରୁ ୨ଜଣ ଲେଖାଏଁ ଅଛନ୍ତି। ସେହିପରି ଦେଉଳସାହି, କୁମ୍ଭାରସାହି, ମିନାବଜାର, ଆନନ୍ଦବଜାର, ଟାଉନ ପ୍ଲାନିଂ, ବାଜି ଚୌକ, LIC ଲେନ, ଭାଗିରଥିପୁର ଏବଂ ଦକ୍ଷୀଣକାଳୀରୁ ଜଣେ ଲେଖାଏଁ ଅଛନ୍ତି।
ସଦର ବ୍ଲକ (Sadar Block) ରୁ ୧୭ଜଣ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ଗୋବିନ୍ଦପୁରରୁ ୭ଜଣ, ରେଗେଡ଼ା, କାଉରିପାଳ, ତଳବରକୋଟ, ସରଖିଆ, ରାଇଡ଼ିହି, ବଳଦିଆବନ୍ଧ, କଟକମଡା, ମଙ୍ଗଳପୁର, ଲମ୍ବୋଦରପୁର ଏବଂ ବଳଦିଆବନ୍ଧରୁ ଜଣେ ଲେଖାଏଁ ଅଛନ୍ତି। କଙ୍କଡାହାଡ ବ୍ଲକରୁ ୫ଜଣଙ୍କ ମଧ୍ୟରେ ବଳଦିଆପାଳ ଏବଂ ହରିଡ଼ାପଦାରୁ ୨ଜଣ ଲେଖାଏଁ ଥିବାବେଳେ ଗଡପଳାଶୁଣିରୁ ଜଣେ ଅଛନ୍ତି।
ଗଁଦିଆ ବ୍ଲକ ଏବଂ କାମାକ୍ଷାନଗର NAC ରୁ ୫ଜଣ ଲେଖାଏଁ ଅଛନ୍ତି। ପର୍ଜଙ୍ଗ ବ୍ଲକରୁ ୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଓଡାପଡା ବ୍ଲକ (Odapada Block) ରୁ ୩ଜଣ ଚିହ୍ନଟ ହୋଇଛନ୍ତି। କାମାକ୍ଷାନଗର ବ୍ଲକ (Kamakhyanagar Block) ଅଞ୍ଚଳରୁ ୨ଜଣ ଚିହ୍ନଟ ହୋଇଛନ୍ତି।
ହିନ୍ଦୋଳ ବ୍ଲକ (Hindol Block) ରୁ ୩ଜଣ ଚିହ୍ନଟଙ୍କ ମଧ୍ୟରୁ ଗୋବିନ୍ଦପୁରରୁ ୨ ଜଣ ଏବଂ ରୂପାଳିରୁ ଜଣେ କରୋନା ସଂକ୍ରମିତ ଅଛନ୍ତି। ଭୁବନ ବ୍ଲକରୁ ଜଣେ ଚିହ୍ନଟ ହୋଇଛନ୍ତି। ଅନ୍ୟାନ୍ୟ ହସ୍ପିଟାଲରୁ ୩ଜଣ ଚିହ୍ନଟ ହୋଇଛନ୍ତି।
ଢେଙ୍କାନାଳ ଜିଲ୍ଲାରେ ଗତକାଲି ୧୪୩୫ଟି ସାମ୍ପୁଲ ଟେଷ୍ଟ ହୋଇଛି। ମୋଟ ୩ ଲକ୍ଷ ୩୬ ହଜାର ୯୭୮ ସାମ୍ପୁଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ମୋଟ ୧୭ ହଜାର ୩୦୮ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଜିଲ୍ଲାରୁ ୩୫ଜଣ କରୋନାରୁ ସୁସ୍ଥ ହେବାସହ ମୋଟ ୧୬ ହଜାର ୫୧୦ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୭୩୭ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଆଜି ଜିଲାରୁ ଜଣେ ମୃତ୍ୟୁବରଣ କରିଛନ୍ତି। ଜିଲ୍ଲାରେ ମୋଟ ମୃତ୍ୟୁସଂଖ୍ୟା ୬୧ରେ ପହଞ୍ଚିଛି।
[amazon_auto_links id=”9932″]
Also Read | CoWin: ଭାରତ ୫୦ଟି ଦେଶକୁ ଦେବ କୋ-ୱିନ ସିଷ୍ଟମ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ଦ୍ଦେଶ