Covid India: ଗତ ୨୪ ଘଣ୍ଟାରେ ଦେଶରେ ୪୦ ହଜାରରୁ କମ୍ corona ସଂକ୍ରମିତ ଚିହ୍ନଟ

Share this:

ନୂଆଦିଲ୍ଲୀ: କରୋନା (Corona)ର ଦ୍ୱିତୀୟ ଲହର ସହ ସଂଗ୍ରାମ କରୁଥିବା ଭାରତ (India) କୁ ଏହି ଭୂତାଣୁରୁ ଏକ ବଡ଼ ଆରାମ ମିଳିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କେବଳ ୩୭ ହଜାର ୫୬୬ ଟି ନୂଆ କରୋନା ମାମଲା ରୁଜୁ ହୋଇଛି। ୧୦୨ ଦିନ ପରେ ଦୈନିକ ପଜିଟିଭ ମାମଲାଗୁଡ଼ିକ ପାଇଁ ଏହା ହେଉଛି ସର୍ବନିମ୍ନ। ଏଥି ସହିତ ସାରା ଦେଶରେ ୯୦୭ ରୋଗୀ କରୋନା କାରଣରୁ ପ୍ରାଣ ହରାଇଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୩୭ ହଜାର ୫୬୬ଜଣଙ୍କ ଠାରୁ କରୋନା ଭାଇରସ ପଜିଟିଭ୍ ମିଳିଛି, ଯାହାକି ମାର୍ଚ୍ଚ ୧୭ ଠାରୁ ସର୍ବନିମ୍ନ ସଂଖ୍ୟା ଅଟେ। ୧୦୨  ଦିନ ପରେ ଏହା ପ୍ରଥମ ଥର ପାଇଁ କୋଭିଡ ସଂକ୍ରମଣ ମାମଲା ୪୦  ହଜାରରୁ କମ୍ ପଞ୍ଜିକୃତ ହୋଇଛି। ଏହାପୂର୍ବରୁ ମାର୍ଚ୍ଚ ୧୮ରେ ୩୯ ହଜାର ୭୨୬ ମାମଲା ଯାହା ୪୦ ହଜାରରୁ କମ୍ ଥିଲା।

ସେହିପରି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଲଗାତାର ଦ୍ୱିତୀୟ ଦିନ ଦେଶରେ ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଏକ ହଜାରରୁ କମ୍ ରୋଗୀ ପ୍ରାଣ ହରାଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣ ହେତୁ ୯୦୭ ରୋଗୀଙ୍କ ମୃତ୍ୟୁ ଘଟିଛି। ଅଢେଇ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ମୃତ୍ୟୁ ସଂଖ୍ୟା ହଜାରରୁ କମ ହୋଇଛି ଏବଂ ଗତ ଦୁଇ ମାସ ମଧ୍ୟରେ କ୍ରମାଗତ ଦ୍ୱାଦଶ ଦିନ ଏହି ସଂଖ୍ୟା ୨ହଜାରରୁ କମ୍ ହୋଇଛି। ଏହାପୂର୍ବରୁ ସୋମବାର ୯୭୯ ଜଣଙ୍କର ମୃତ୍ୟୁ ରେକର୍ଡ କରାଯାଇଥିଲା। ବର୍ତ୍ତମାନ ଦେଶରେ କରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୩ ଲକ୍ଷ ୯୭ ହଜାର ୬୩୭କୁ ବୃଦ୍ଧି ପାଇଛି, ଯାହାକି ମୋଟ ମାମଲାର ୧.୩୧ ପ୍ରତିଶତ ଅଟେ।

Also Read | CoWin: ଭାରତ ୫୦ଟି ଦେଶକୁ ଦେବ କୋ-ୱିନ ସିଷ୍ଟମ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ଦ୍ଦେଶ

[amazon_auto_links id=”9932″]

Share this:

Leave a Reply

Your email address will not be published. Required fields are marked *