ରାଜ୍ୟସଭା ସଦସ୍ୟ ତଥା ସମାଜବାଦୀ ଦଳର ପୂର୍ବତନ ନେତା ଅମର ସିଂଙ୍କ ଦେହାନ୍ତ

Share this:

ନୂଆଦିଲ୍ଲୀ :ଆଜି ରାଜ୍ୟସଭା ସଦସ୍ୟ ତଥା ସମାଜବାଦୀ ଦଳର ପୂର୍ବତନ ନେତା ଅମର ସିଂଙ୍କ ଦେହାନ୍ତ ହୋଇଛି। ଶନିବାର ଅପରାହ୍ନରେ ରାଜ୍ୟସଭା ସଦସ୍ୟ ତଥା ସମାଜବାଦୀ ଦଳର ପୂର୍ବତନ ନେତା ଅମର ସିଂ ୬୪ ବର୍ଷ ବୟସରେ ଦେହାନ୍ତ କରିଛନ୍ତି। ଅମର ସିଂ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ ଏବଂ ପ୍ରାୟ ୬ ମାସଧରି  ସିଙ୍ଗାପୁରରେ ଚିକିତ୍ସିତ ହେଉଥିଲେ।

ଆଜି ସେ ସ୍ୱାଧୀନତା ସଂଗ୍ରାମୀ ବାଲ ଗଙ୍ଗାଧର ତିଲକଙ୍କୁ ତାଙ୍କ ମୃତ୍ୟୁ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସମସ୍ତ ଅନୁଗାମୀମାନଙ୍କୁ ଇଦ୍ ଅବସରରେ ଅଭିନନ୍ଦନ ଜଣାଇଛନ୍ତି। ଅମର ସିଂଙ୍କ ପ୍ରୋଫାଇଲକୁ ଦେଖିଲେ ଲାଗୁଛି ଯେ ସେ ଅସୁସ୍ଥ ଥିବା ସତ୍ତ୍ବେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଥିଲେ। ଗତ ମାର୍ଚ୍ଚ ୨୨ ରେ ସେ ହସ୍ପିଟାଲ ବେଡରୁ ଟ୍ୱିଟରରେ ଏକ ଛୋଟ ଭିଡିଓ ପୋଷ୍ଟ କରିଥିଲେ। ଏହି ଭିଡିଓରେ ସେ ତାଙ୍କ ଅନୁଗାମୀମାନଙ୍କୁ ନିବେଦନ କରିଥିଲେ ଯେ କରୋନା ଭୂତାଣୁ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମର୍ଥନ କରନ୍ତୁ। ୨୦୧୩ ରେ ଅମର ସିଂଙ୍କର କିଡନୀ ଫେଲ ହୋଇଥିଲା।

ସୂଚନାଯୋଗ୍ୟ, ସମାଜବାଦୀ ପାର୍ଟି ଛାଡିବା ପରେ ଅମର ସିଂ ନିଜର ଦଳ ଗଠନ କରିଥିଲେ। ବିଗତ ଦିନରେ ସେ ସମଜବାଦୀ ପାର୍ଟୀ  ସୁପ୍ରିମୋ ମୁଲାୟମ ସିଂଙ୍କ ସବୁଠାରୁ ବିଶ୍ୱସ୍ତ ବିବେଚିତ ହୋଇଥିଲେ। ନିକଟରେ ସେ ଏକ ଟୁଇଟ୍‌ରେ କହିଥିଲେ ଯେ ସେ କେବେ ଏସପିକୁ ଫେରିବେ ନାହିଁ।  ଅମର ସିଂ ୬ ଜାନୁଆରୀ ୨୦୧୦ ରେ ସମାଜବାଦି ପାର୍ଟିର ସମସ୍ତ ପଦରୁ ଇସ୍ତଫା ଦେଇଥିଲେ ଏବଂ ପରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା।

Share this: