Odisha electricity unit price: ଓଡ଼ିଶା ସରକାର ବୃଦ୍ଧି କଲେ ବିଦ୍ୟୁତ୍‍ ଦର, ଏପ୍ରିଲ୍‍ ୪ରୁ ନୂଆ ଦର ଲାଗୁ

Share this:

ଭୁବନେଶ୍ଵର: ରାଜ୍ୟରେ ପୁଣି ଥରେ ବିଦ୍ୟୁତ୍‍ ଦର ବୃଦ୍ଧି ପାଇଛି। ଏପ୍ରିଲ୍‍ ୪ରୁ ବର୍ଦ୍ଧିତ ଦର ଲାଗୁ ହେବ ବୋଲି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (Odisha Electricity Regulating Commissioner) ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ନୂଆ ଦର ଅନୁଯାୟୀ କିଲୋ ୱାଟ୍‍ (Kilo Watt) ପିଚ୍ଛା ସର୍ବନିମ୍ନ ୩୦ ପଇସା ବୃଦ୍ଧି କରାଯାଇଛି।

ସୂଚନାଅନୁସାରେ ଏଣିକି ପ୍ରଥମ ୫୦ ୟୁନିଟ୍‍ (Unit) ପାଇଁ ୟୁନିଟ୍‍ ପିଛା ଦର ୩ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ୫୧ ରୁ ୧୦୦ ୟୁନିଟ୍‍ ପାଇଁ ୪.୮୦ଟଙ୍କା, ୨୦୧ ରୁ ୪୦୦ ୟୁନିଟ୍‍ ପାଇଁ ୫.୮୦ ଟଙ୍କା ଏବଂ ୪୦୦ ୟୁନିଟ୍‍ରୁ ଅଧିକ ହେଲେ ୟୁନିଟ୍‍ ପିଚ୍ଛା ଦର ୬.୨୦ ଟଙ୍କାକୁ ବୃଦ୍ଧି କରାଯାଇଛି। କିନ୍ତୁ  ବିପିଏଲ୍‍ (BPL) ଓ ଜଳସେଚିତ ଗ୍ରାହକଙ୍କ ପାଇଁ ତାରିଫ ପୂର୍ବପରି ଅପରିବର୍ତ୍ତିତ ରହିବ। ମିଟର ରେଣ୍ଟ, ମାସିକ ସର୍ବନିମ୍ନ ଚାର୍ଜ ମଧ୍ୟ ଅପରିବର୍ତ୍ତିତ ରହିଛି। ଘରୋଇ ଓ ସିଙ୍ଗଲ ଫେଜ୍‍ ଉପଭୋକ୍ତାଙ୍କ ପାଇଁ ୨% ରିହାତି କରାଯାଇଛି। ଡିଜିଟାଲ ପେମେଣ୍ଟ (Digital Payment) କଲେ ଉଭୟ ଉପଭୋକ୍ତାଙ୍କୁ ରିହାତି (Discount) ମିଳିବ। ଅର୍ଥାତ୍‍ ସମସ୍ତ ପ୍ରି-ପେଡ୍‍(Pre paid) ଉପଭୋକ୍ତାଙ୍କୁ ମଧ୍ୟ ୨% ରିହାତି ମିଳିବ ବୋଲି ଓଇଆରସି ପକ୍ଷରୁ କୁହାଯାଇଛି।

[amazon_auto_links id=”10233″]

Also Read | Water Supply: ପାନୀୟ ଜଳଯୋଗାଣରେ ଅବହେଳା କରୁଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

Share this:

Leave a Reply

Your email address will not be published. Required fields are marked *