Covid19 Odisha Updates: ଆଜି ଓଡ଼ିଶାରେ ୨୧୪ କରୋନା ଆକ୍ରାନ୍ତ ଚିହ୍ନଟ

Share this:

ଭୁବନେଶ୍ଵର:ଆଜି ୨୪ଜିଲ୍ଲାରୁ ୨୧୪ ଜଣ କରୋନା ଆକ୍ରନ୍ତ (Corona Virus) ଚିହ୍ନଟ ହୋଇଛନ୍ତି। ଆଜି  ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine)ରୁ ୧୨୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୮୮ ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୩୩ ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି।   ସେହିପରି ଅନଗୁଳରୁ ୬ଜଣ, ବାଲେଶ୍ଵରରୁ ୧୧ଜଣ, ବରଗଡ଼ରୁ ୧୩ଜଣ, ଭଦ୍ରକରୁ ୪ଜଣ, ବଲାଙ୍ଗରିରୁ ୨୦ଜଣ, କଟକରୁ ୨୦ଜଣ, ଢେଙ୍କାନାଳରୁ ୧୦ଜଣ, ଗଞ୍ଜାମରୁ ୪ଜଣ,ଜଗତସିଂପୁରରୁ ୨ଜଣ, ଯାଜପୁରରୁ ୫ଜଣ, ଝାରସୁଗୁଡାରୁ ୩ଜଣ, କଳାହାଣ୍ଡିରୁ ୫ଜଣ, କେନ୍ଦ୍ରାପଡ଼ାରୁ ଜଣେ, , କୋରାପୁଟରୁ ୧୦ଜଣ, ମୟୁରଭଞ୍ଜରୁ ୯ଜଣ, ନବରଙ୍ଗପୁରରୁ ଜଣେ, ନୂଆପଡ଼ାରୁ ୨ଜଣ, ପୂରୀରୁ ୫ଜଣ, ରାୟଗଡାରୁ ୩ଜଣ, ସମ୍ବଲପୁରରୁ ୧୦ ଜଣ, ସୁନ୍ଦରଗଡରୁ ୨୭ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୭ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୮୮ ଲକ୍ଷ ୯୨ହଜାର ୧୦୯ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୩ ଲକ୍ଷ  ୩୯ ହଜାର ୪୬୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୭୧ଜଣ ସୁସ୍ଥ ହେବା ସହିତ ମୋଟ ୩ ଲକ୍ଷ ୩୬ ହଜାର ୩୩୭ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୧୫୧ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | Novel variant in India: ଦେଶର ୧୮ଟି ରାଜ୍ୟରେ ପହଞ୍ଚିଲା କରୋନା ଭାଇରସର ନୂତନ ଭାରିଆଣ୍ଟ, ବଢିଲା ଚିନ୍ତା: କେନ୍ଦ୍ର

Share this: