Odisha University Bill 2020: ବିଶ୍ଵବିଦ୍ୟାଳୟ ସଂଶୋଧନ ବିଲ୍-୨୦୨୦ ବିଧାନସଭାରେ ପାସ୍

Share this:

ଭୁବନେଶ୍ୱର: ଚାରି ଦିନର ତୀବ୍ର ଆଲୋଚନା ପରେ ଶେଷରେ ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ, 2020 ବିଲ୍ (Odisha University amendment Bill 2020) ବିଧାନସଭାରେ ପାରିତ ହୋଇଛି। ବିରୋଧୀ ଦଳର ସଦସ୍ୟଙ୍କ ଦ୍ଵାର ଏହାକୁ ତୀବ୍ର ବିରୋଧ କରାଯାଇଥିଲା।

କଂଗ୍ରେସ ବିଧାନସଭା ପାର୍ଟିର ନେତା ନରସିଂହ ମିଶ୍ର କହିଛନ୍ତି ଯେ ଓଡ଼ିଶା ବିଧାନସଭା ଇତିହାସରେ ଏହା ଏକ କଳା ଦିବସ। ବିଜେପି ଓ କଂଗ୍ରେସର ବିଧାୟକମାନେ ବାରମ୍ବାର ହଟ୍ଟଗୋଳ କରିଥିଲେ। ଆଲୋଚନା ବେଳେ ବିଜେପି ସଦସ୍ୟ ଭାଗ ନେଇନାହାନ୍ତି। ଏହି ସଂଶୋଧନ ବିଲ୍ କୁ ପ୍ରଥମରୁ ବିରୋଧ ବିଜେପି କରିଥଲା।

ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ା ଅରୁଣ କୁମାର ସାହୁ ଧ୍ୱନିମତ ସହାୟତାରେ ଏହି ବିଲକୁ ପାରିତ କରିନେଇଛନ୍ତି। ବିରୋଧୀଙ୍କ ଅଭିଯୋଗର ଉତ୍ତର ଦେଇ ଶ୍ରୀ ସାହୁ କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ଆଇନ ଭିତରେ କୌଣସି ଦ୍ୱନ୍ଦ୍ୱ ନାହିଁ। ଅନ୍ୟ ରାଜ୍ୟରେ କୁଳପତି ଚୟନରେ ଯେଉଁ ବ୍ୟବସ୍ଥା ରହିଛି, ଆମ ରାଜ୍ୟରେ ଭିନ୍ନ। ସବୁ ରାଜ୍ୟ କୁଳପତି ଚୟନରେ ସରକାର ହସ୍ତକ୍ଷେପ କରୁଛନ୍ତି। କିନ୍ତୁ ଓଡ଼ିଶାରେ ନିରପେକ୍ଷତା ଓ ସ୍ୱଚ୍ଛତା ଭିତରେ କୁଳପତି ଚୟନ କରାଯାଇଥାଏ।

Also Read: Weather Report: ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ମୌସୁମୀ ସକ୍ରିୟ

Ten States: NCRB ତଥ୍ୟ ଅନୁସାରେ ଭାରତର ୧୦ଟି ରାଜ୍ୟରେ ମହିଳା ଅସୁରକ୍ଷିତ!

Share this: