Ten States: NCRB ତଥ୍ୟ ଅନୁସାରେ ଭାରତର ୧୦ଟି ରାଜ୍ୟରେ ମହିଳା ଅସୁରକ୍ଷିତ!

Share this:

ଭୁବନେଶ୍ଵର (ମହିମା ଲାଇଭ ବ୍ୟୁରୋ): ନିକଟରେ ହାଥରସ (Hathras) ମାମଲା କୁ ନେଇ ଦେଶ ସାରା ଚର୍ଚ୍ଚା ଜୋର ଧରିଛି। ରାଜନୀତି ଦଳ ନିଜ ନିଜ ଫାଇଦା ଦେଖୁଛନ୍ତି, ମିଡ଼ିଆ ନିଜ ଟିଆରପି ଦେଖୁଛି। ୟୁପି ସରକାର ହାଥରସ ମାମଲାକୁ ତଦନ୍ତ ପାଇଁ ବର୍ତ୍ତମାନ ସିବିଆଇକୁ ସୁପାରିଶ କରିଛନ୍ତି। କିନ୍ତୁ ଅନ୍ୟ ରାଜ୍ୟର ସ୍ଥିତି କିଛି କମ୍ ନୁହେଁ। କଂଗ୍ରେସ ହୁଏତ ଏହି ପ୍ରସଙ୍ଗରେ ରାଜନୀତି କରୁଛି, କିନ୍ତୁ ବଳାତ୍କାର ମାମଲାରେ କଂଗ୍ରେସ ଶାସିତ ରାଜସ୍ଥାନ ଦେଶରେ ଏକ ନମ୍ବର ସ୍ଥାନରେ ରହିଛି।

ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ –ଏନସିଆରବି (National Crime Records Bureau-NCRB) ର ସର୍ବଶେଷ ତଥ୍ୟ ଅନୁସାରେ ମହିଳାମାନଙ୍କ ପାଇଁ ଭାରତର ୧୦ଟି ବିପଦପୂର୍ଣ୍ଣ ରାଜ୍ୟ ହେଉଛି ରାଜସ୍ଥାନ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, କେରଳ, ଆସାମ, ହରିୟାଣା, ଝାଡଖଣ୍ଡ, ଓଡିଶା ଏବଂ ଦିଲ୍ଲୀ।  ଏନସିଆରବି ସର୍ବଶେଷ ତଥ୍ୟଅନୁସାରେ ଭାରତରେ ହୋଇଥିବା ମୋଟ ବଳାତ୍କାର ମାମଲା ମଧ୍ୟରୁ ପାଞ୍ଚଟି ବଳାତ୍କାରର ଚାରିଜଣ ଏହି ୧୦ଟି ରାଜ୍ୟରୁ ଆସିଛନ୍ତି।  

ଏନସିଆରବି ତଥ୍ୟ ଅନୁସାରେ ବର୍ଷ ୨୦୧୯ରେ ସମୁଦାୟ ବଳାତ୍କାର ଘଟଣା ଦେଶସାରା ଘଟିଛି ୩୨ ହଜାର ୩୩ ଟି।  

ଶ୍ରେଷ୍ଟ ୫ ଟି ରାଜ୍ୟର ତଥ୍ୟ :

  • ରାଜସ୍ଥାନ : ୫୯୯୭
  • ଉତ୍ତରପ୍ରଦେଶ: ୩୦୬୫
  • ମଧ୍ୟପ୍ରଦେଶ : ୨୪୮୫
  • ମହାରାଷ୍ଟ୍ର : ୨୨୯୯
  • କେରଳ : ୨୦୨୩

ଏନସିଆରବି ତଥ୍ୟ ଅନୁସାରେ ବର୍ଷ ୨୦୧୮ ରେ ସମୁଦାୟ ବଳାତ୍କାର ଘଟଣା ଦେଶସାରା ଘଟିଛି ୩୩  ହଜାର ୩୫୬ ଟି  

ଶ୍ରେଷ୍ଠ ୫ ରାଜ୍ୟ ସ୍ଥିତି :

  • ମଧ୍ୟପ୍ରଦେଶ : ୫୪୩୩
  • ରାଜସ୍ଥାନ : ୪୩୩୫
  • ଉତ୍ତରପ୍ରଦେଶ : ୩୯୪୬
  • ମହାରାଷ୍ଟ୍ର : ୨୧୪୨
  • ଛତିଶଗଡ : ୨୦୯୧

ଏନସିଆରବି ତଥ୍ୟ ଅନୁସାରେ ବର୍ଷ ୨୦୧୭ ରେ ସମୁଦାୟ ବଳାତ୍କାର ଘଟଣା ଦେଶସାରା ଘଟିଛି ୩୨ ହଜାର ୫୫୯ଟି  

ଶ୍ରେଷ୍ଠ ୫ ରାଜ୍ୟଗୁଡିକର ସ୍ଥିତି

  • ମଧ୍ୟପ୍ରଦେଶ : ୫୫୬୨
  • ଉତ୍ତରପ୍ରଦେଶ : ୪୨୪୬
  • ରାଜସ୍ଥାନ : ୩୩୦୫
  • ଓଡିଶା : ୨୦୭୦
  • କେରଳ : ୨୦୦୩

ଏନସିଆରବି ତଥ୍ୟ ଅନୁସାରେ ବର୍ଷ ୨୦୧୬ ରେ ସମୁଦାୟ ବଳାତ୍କାର ଘଟଣା ଦେଶସାରା ଘଟିଛି ୩୮ ହଜାର ୯୪୭ଟି  

ଶ୍ରେଷ୍ଠ ୫ ରାଜ୍ୟଗୁଡିକର ସ୍ଥିତି

  • ମଧ୍ୟପ୍ରଦେଶ : ୪୮୮୨
  • ଉତ୍ତରପ୍ରଦେଶ : ୪୮୧୬
  • ମହାରାଷ୍ଟ୍ର : ୪୧୮୯
  • ରାଜସ୍ଥାନ : ୩୬୫୬
  • ଓଡିଶା : ୧୯୮୩

ଏନସିଆରବି ତଥ୍ୟ ଅନୁସାରେ ବର୍ଷ ୨୦୧୫ ରେ ସମୁଦାୟ ବଳାତ୍କାର ଘଟଣା ଦେଶସାରା ଘଟିଛି ୩୪ ହଜାର ୬୫୧ଟି  

ଶ୍ରେଷ୍ଠ ୫ ଟି ରାଜ୍ୟଗୁଡିକର ସ୍ଥିତି

  • ମଧ୍ୟପ୍ରଦେଶ : ୪୩୯୧
  • ମହାରାଷ୍ଟ୍ର : ୪୧୪୪
  • ରାଜସ୍ଥାନ : ୩୬୪୪
  • ଉତ୍ତରପ୍ରଦେଶ : ୩୦୨୫
  • ଓଡ଼ିଶା : ୨୨୫୧

Also Read: Hathras:ହାଥରସ୍ ମାମଲାରେ ସିଏମ୍ ଯୋଗୀଙ୍କ CBI ତଦନ୍ତ ପାଇଁ ସୁପାରିଶ,ପିଡ଼ିତାଙ୍କ ଭାଇ କହିଲେ ଆମେ କହିନଥିଲୁ

Share this: