ଅନୁଗୋଳରେ ପୁଣି ୬ କରୋନା ପଜିଟିଭ ଚିହ୍ନଟ,ମୋଟ ପଜିଟିଭ ସଂଖ୍ୟା ୫୩୧

Share this:

ଅନୁଗୋଳ: ଜିଲ୍ଲାରେ ଆଜି ୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୩୧ ରେ ପହଞ୍ଚିଛି। ଏହି କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଛେଣ୍ଡିପଦା ବ୍ଲକ ଅଞ୍ଚଳରୁ ୨ ଜଣ , ଅନୁଗୁଳ ବ୍ଲକ , ଅନୁଗୋଳ ପୌରାଞ୍ଚଳ , ତାଳଚେର ବ୍ଲକ ଓ ତାଳଚେର ପୌରାଞ୍ଚଳରୁ ଜଣେ ଲେଖାଁଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଛେଣ୍ଡିପଦା ବ୍ଲକ ଅଞ୍ଚଳର ଏକ ଶିଳ୍ପାଞ୍ଚଳରୁ ଜଣେ ୪୭ ବର୍ଷୀୟ ପୁରୁଷ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି। ସେହିପରି ଏହି ବ୍ଲକ ଅଞ୍ଚଳର କ୍ଲଷ୍ଟର ଅସ୍ଥାୟୀ ମେଡିକାଲ ଶିବିରରୁ ଜଣେ ୨୧ବର୍ଷିୟ ଯୁବକ ହରିୟାନାରୁ ଫେରି ସଙ୍ଗରୋଧରେ ଥିବା ବେଳେ ତାଙ୍କର ପଜିଟିଭ୍ ବାହାରିଛି।

ଅନୁଗୁଳ ବ୍ଲକ ଅଞ୍ଚଳର ଜଣେ ୫୬ ବର୍ଷିୟ ପୁରୁଷ ଭୂବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ କରୋନା ପଜିଟିଭ ଥିବା ଜଣାପଡ଼ିଛନ୍ତି। ଅନୁଗୁଳ ପୌରାଞ୍ଚଳର ଜଣେ ୪୨ବର୍ଷିୟ ପୁରୁଷ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବା ଜଣାପଡିଛି। ତାଳଚେର ବ୍ଲକ ଅଞ୍ଚଳର ଜଣେ ୪୨ବର୍ଷିୟ ପୁରୁଷ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ୍ ଚିହ୍ନଟ ହୋଇଛନ୍ତ। ସେହିପରି ତାଳଚେର ପୌରାଞ୍ଚଳର ଜଣେ ୧୦ ବର୍ଷିୟା ବାଳିକା ମଧ୍ୟ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିକ୍ ଚିହ୍ନଟ ହୋଇଛନ୍ତି। ଏହି ୬ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୫ଜଣ ଆକ୍ରାନ୍ତଙ୍କୁ ଚିକିତ୍ସା ନିମନ୍ତେ ପଦକ୍ଷେପ ନିଆଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି।

Share this: