SCB: ଏସସିବି ମେଡିକାଲକୁ ନେଇ ଆରଡିସିଙ୍କ ବୈଠକ

Share this:

କଟକ (ମହିମା ଲାଇଭ ବ୍ୟୁରୋ): ଏସସିବି ମେଡିକାଲ (SCB Medical)କୁ ବିଶ୍ୱସ୍ତରୀୟ ମେଡିକାଲରେ ପରିଣତ କରିବାକୁ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟ ଚାଲୁଛି।

କେନ୍ଦ୍ରାଞ୍ଚଳ ରାଜସ୍ୱ ଅୟୁକ୍ତ ଅନିଲକୁମାର ସାମଲଙ୍କ ଅଧ୍ୟକ୍ଷତାରେ ରାଜସ୍ୱ ଆୟୁକ୍ତ ସମ୍ମିଳନୀ କକ୍ଷରେ ଏସସିବି ମେଡିକାଲର ପୁନଃ ଉନ୍ନତିକରଣ ଓ ସମ୍ପ୍ରସାରଣ କାର୍ଯ୍ୟ ଏବଂ ଏହାର କ୍ୟାମ୍ପସ ପରିସରରେ ମାଷ୍ଟରପ୍ଲାନ ଅନୁଯାୟୀ କାର୍ଯ୍ୟ କରିବା ସମ୍ବନ୍ଧରେ ପାୱାର ପଏଣ୍ଟ ପ୍ରେଜେଣ୍ଟସନ ସହ ଆଲୋଚନା କରାଯାଇଥିଲା।

ସୂଚନାଯୋଗ୍ୟ, ଏଇକମ୍‍ କମ୍ପାନୀ ଦ୍ୱାରା ମେଡିକାଲ କ୍ୟାମ୍ପସ ପରିସରରେ ପ୍ରସ୍ତାବିତ ଉନ୍ନତିକରଣ କାର୍ଯ୍ୟ କରାଯିବ। ଏ ନେଇ ଏକ ପାୱାର ପଏଣ୍ଟ ପ୍ରେଜେଣ୍ଟସନ କରାଯାଇଥିଲା। ପ୍ରସ୍ତାବ ଅନୁଯାୟୀ ରାସ୍ତା ସଂଯୋଗୀକରଣ, ସୌନ୍ଦର୍ଯ୍ୟକରଣ ବିଶେଷକରି ମେଡିକାଲ କ୍ୟାମ୍ପସର ମଙ୍ଗଳାବାଗ ମୁଖ୍ୟରାସ୍ତା ପଟୁ ରାଣୀହାଟ ରାସ୍ତା ପର୍ଯ୍ୟନ୍ତ ସୌନ୍ଦର୍ଯ୍ୟକରଣ, ବିଭିନ୍ନ ଚିକିତ୍ସା ବିଭାଗ ବ୍ଲକ ପର୍ଯ୍ୟନ୍ତ ଭିତର ରାସ୍ତା ସଂଯୋଗୀକରଣ, ନୂତନ ଚିକିତ୍ସା ଗୃହ ନିର୍ମାଣ ତଥା ୩ହଜାର ବେଡ ନୂତନ ବ୍ୟବସ୍ଥା ଆଦି ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା। ଏହି ବୈଠକରେ ଜିଲାପାଳ ଭବାନୀ ଶଙ୍କର ଚୟନୀ, ସଏମ୍‍ସି କମିଶନର ଅନନ୍ୟା ଦାସ ସମେତ ଅନ୍ୟମାନେ ଉପସ୍ଥିତଥିଲେ।

Also Read| ରାଜ୍ୟ ସରକାରଙ୍କ ଅସହଯୋଗ ଯୋଗୁଁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ହେଉ ନାହିଁ:କେନ୍ଦ୍ର ଆଇନ୍‍ ମନ୍ତ୍ରୀ

Share this: