Odisha Lockdown: ଆଜିଠାରୁ ଓଡିଶାରେ ଲକଡାଉନ୍ ଲାଗୁ; ଟିକା ଓ ଟେଷ୍ଟିଂ ରହିବ ଜାରି

Share this:

ଭୁବନେଶ୍ଵର : କରୋନା ସଂକ୍ରମଣ ବୃଦ୍ଧିକୁ ରୋକିବାକୁ କଡା ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ରାଜ୍ୟରେ ଲାଗିଛି ୧୪ ଦିନିଆ ଲକଡାଉନ୍ (Lockdown)। ଆଜି ବୁଧବାରରୁ ଲକଡାଉନ୍ ଲାଗୁ ହୋଇଛି । ଏହି ସମୟରେ ସମସ୍ତ ସାଧାରଣ ଚଳାଚଳ ବନ୍ଦ ରହିବ। କେବଳ ଜରୁରୀକାଳିନ ସେବା ଜାରି ରହିବ। ଲକଡାଉନ୍ ନେଇ ରାଜ୍ୟ ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି।

ରାଜ୍ୟରେ ଆଜି ୫ ବୁଧବାର ସକାଳ ଠାରୁ ୧୯ ତାରିଖ ବୁଧବାର ସକାଳ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ୫ଶହ ମିଟର ଦୂରତା ମଧ୍ୟରେ ସକାଳ ୬ଟାରୁ ୧୨ଟା ମଧ୍ୟରେ ଚାଲି ଚାଲି ଯାଇ ପନିପରିବା ଇତ୍ୟାଦି କ୍ରୟ କରି ପାରିବେ। ସ୍ବାସ୍ଥ୍ୟସେବା ତଥା ଅନ୍ୟାନ୍ୟ ଜରୁରୀ ସେବା ପାଇଁ କୌଣସି କଟକଣା ନାହିଁ।

TV_assoc

ଶନିବାର ଓ ରବିବାର ଦିନ ପୂର୍ବ ଭଳି ସମ୍ପୂର୍ଣ୍ଣ ସଟ୍‌ଡାଉନ୍ ବଳବତ୍ତର ରହିବ। ସପ୍ତାହର ସବୁ ଦିନ ଟୀକାକରଣ ଓ ଟେଷ୍ଟିଂ କାର୍ଯ୍ୟ ଜାରି ରହିବ। ବସ୍ ଚଳାଚଳ ବନ୍ଦ ରହିବ। ଫଳ, ପନିପରିବା, ମାଛମାଂସ ଦୋକାନ ଲକ୍‌ଡାଉନ୍‌ ସମୟରେ ୩୦ ଫୁଟ ଦୂରତା ବଜାୟ ରଖି ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ।

ଟିକା ଓ ଟେଷ୍ଟିଂ କାର୍ଯ୍ୟ ଲକ୍‌ଡାଉନ୍‌ରେ ପ୍ରଭାବିତ ହେବ ‌ନାହିଁ ବୋଲି ପୂର୍ବରୁ ମୁଖ୍ୟ ଶାସନ ସଚିବ ସ୍ପଷ୍ଟ କରିଛନ୍ତି। ଟିକା ପାଇଁ ଅନୁମତିପ୍ରାପ୍ତ ବ୍ୟକ୍ତି ଟିକା କେନ୍ଦ୍ରକୁ ବିନା ବାଧାରେ ଯାଇପାରିବେ। ସେହିପରି କୋଭିଡ୍‌ ଟେଷ୍ଟିଂ ପାଇଁ ବି ନିକଟସ୍ଥ ଟେଷ୍ଟିଂ କେନ୍ଦ୍ରକୁ ଲୋକମାନେ ଯାଇପାରିବେ। ଏଥିପାଇଁ ନିଜ ଗାଡି, ଭଡା ଗାଡି ବ୍ୟବହାର କରିପାରିବେ।

amazon-adv

ଲକଡାଉନ ସମୟରେ  ଖୋଲା ରହିବ:

  • ଲକଡାଉନ ସମୟରେ ଟିକାକରଣ ଜାରି ରହିବ
  • ଲୋକେ ନିଜର କୋଭିଡ ପରୀକ୍ଷା କରାଇପାରିବେ
  • ରାଜ୍ୟ ଭିତରେ ଓ ବାହାରେ ଚଳାଚଳ କରିବ ଆମ୍ବୁଲାନ୍ସ
  • ଚାଲୁ ରହିବ ବ୍ୟାଙ୍କ ଓ ଏଟିଏମ ସେବା
  • ଲକଡାଉନ ବେଳେ ରେଷ୍ଟୁରାଣ୍ଟ ଓ ଢାବା କେବଳ ଖାଦ୍ୟ ପାର୍ସଲ ଦେଇପାରିବେ। ଫ୍ଲିପକାର୍ଟ, ଆମାଜନ, ଜୋମାଟୋ ଆଦିର ଡେଲିଭରି ବୟଙ୍କୁ ଅନୁମତି।
  • ସମସ୍ତ ପ୍ରକାରର ଔଷଧ ଦୋକାନ ଖୋଲା ରହିବ
  • କ୍ଷୀର, ମାଛ, ମାଂସ ଓ ଅଣ୍ଡା ଦୋକାନ ଖୋଲା ରହିବ
  • ପରିବହନ ସେବା କଟକଣା ମୁକ୍ତ ହେବ
  • ହସ୍ପିଟାଲ, କ୍ଲିନିକ, ନର୍ସିଂହୋମ, ଟେଲି ମେଡିସିନ ସେବା ଜାରି
  • ଗ୍ୟାରେଜ ଓ ଗାଡ଼ି ମରାମତି ଦୋକାନ ଖୋଲା ରହିବ
  • ଘରଠାରୁ ୫୦୦ମିଟର ଦୂରତା ଭିତରେ ସକାଳ ୬ରୁ ମଧ୍ୟାହ୍ନ ୧୨ଟା ଭିତରେ ସୋମବାରରୁ ଶୁକ୍ରବାର ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିପାରିବେ
  • ରାସନ ଦୋକାନ, ଗ୍ରୋସରୀ, ଫଳ ଦୋକାନ ଖୋଲା ରହିବ
  • ମାଛ, ମାଂସ, ଅଣ୍ଡା, କ୍ଷୀର ଦୋକାନ ଖୋଲା ରହିବ

ଲକଡାଉନ ସମୟରେ ବନ୍ଦ ରହିବ:

  • ଯାତ୍ରୀବାହୀ ବସ ଚଳାଚଳ
  • ଅଟୋ ରିକ୍ସା, ଟ୍ୟାକ୍ସି, କ୍ୟାବ ଚଳାଚଳ
  • ସମସ୍ତ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟର ବନ୍ଦ
  • ଯାତ୍ରା, ଅପେରା,ସିନେମା ହଲ୍, ମଲ୍, ଜିମ୍, ସୁଇମିଂ ପୁଲ, ପାର୍କ ଓ ବାର ବନ୍ଦ  
  • ସାପ୍ତାହିକ ଓ ଦୈନିକ ହାଟ ବନ୍ଦ
  • ସ୍ପା, ସେଲୁନ, ବ୍ୟୁଟି ପାର୍ଲର ବନ୍ଦ
  • ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ମନା
  • ଛାପା, ବୈଦୁତିକ ଗଣମାଧ୍ୟମ, ୱେବ୍ ମିଡିଆକୁ ଅନୁମତି
  • ପେଟ୍ରୋଲ ପମ୍ପ, ରନ୍ଧନ ଗ୍ୟାସ୍ ଯୋଗାଣକୁ ଅନୁମତି
  • ଯାତ୍ରା, ଅପେରା, ଖୋଲାମଞ୍ଚ ସଂପୂର୍ଣ୍ଣ ଭାବେ ବନ୍ଦ ରହିବ
  • ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ଆଣି ବିବାହ ଆୟୋଜନ କରିବାକୁ ହେବ। ବିବାହରେ ସର୍ବାଧିକ ୫୦, ଶୁଦ୍ଧିକାର୍ଯ୍ୟରେ ୨୦ ଜଣଙ୍କୁ ଅନୁମତି
  • ଖବରକାଗଜ ବିତରଣ ସକାଳ ୫ରୁ ୮ ଅନୁମତି
  • ସମସ୍ତ ସରକାରୀ ଓ ବେସରକାରୀ ନିର୍ମାଣ ଜାରିରହିବ
  • ଡ଼ିଟିଏଚ , ମୋବାଇଲ ରିଚାର୍ଜ ଜାରି ରହିବ

Also Read | Bengal: ପଶ୍ଚିମବଙ୍ଗରେ TMC ବିଜୟ ପରେ ହିଂସାକୁ ନେଇ ସୁପ୍ରିମକୋର୍ଟରେ BJP ର ଅପିଲ

Share this:

Leave a Reply

Your email address will not be published. Required fields are marked *