Covid19 Odisha: ଆଜି ଓଡ଼ିଶାରୁ ନୂଆ ୯୮୮୯ ଜଣ କରୋନା ସଂକ୍ରମିତ ଚିହ୍ନଟ

Share this:

ଭୁବନେଶ୍ଵର: ଆଜି ଓଡ଼ିଶାରେ ପୁଣି କରୋନା ସଂକ୍ରମଣ ବଢିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୩୦ଜିଲ୍ଲାରୁ ନୂଆ ୯ ହଜାର ୮୮୯ ଜଣ କରୋନା (Corona Virus)  ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୪୬୮୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୪୨୭୮ ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Related Post : Covid Saathi Odisha ସୋସିଆଲ ମିଡିଆ ପ୍ଲାଟଫର୍ମରେ ବ୍ୟକ୍ତିଗତ ହେଲ୍ପଲାଇନ ଲଞ୍ଚ, ଯୋଗାଇବ କରୋନା ସଂକ୍ରମିତଙ୍କୁ ସେବା

ଆଜି ସର୍ବାଧିକ ୧୩୩୧ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୪୪୩ଜଣ, ବାଲେଶ୍ଵରରୁ ୧୫୧ଜଣ, ବରଗଡ଼ରୁ ୪୮୩ଜଣ, ଭଦ୍ରକରୁ ୫୨ଜଣ, ବଲାଙ୍ଗୀରିରୁ ୩୨୬ଜଣ, ବୌଦ୍ଧରୁ ୧୨୯ଜଣ, କଟକରୁ ୭୯୦ଜଣ, ଦେଓଗଡ଼ରୁ ୭୫ଜଣ, ଢେଙ୍କାନାଳରୁ ୯୦ଜଣ, ଗଜପତିରୁ ୧୧୭ଜଣ, ଗଞ୍ଜାମରୁ ୩୧୦ଜଣ, ଜଗତସିଂପୁରରୁ ୧୫୬ଜଣ, ଯାଜପୁରରୁ ୨୮୨ଜଣ, ଝାରସୁଗୁଡାରୁ ୩୮୬ଜଣ, କଳାହାଣ୍ଡିରୁ ୪୧୪ଜଣ, କନ୍ଧମାଳରୁ ୫୨ଜଣ,  କେନ୍ଦ୍ରାପଡ଼ାରୁ ୧୩୩ଜଣ,  କେଉଁଝରରୁ ୧୯୫ଜଣ, କୋରାପୁଟରୁ ୯୪ଜଣ, ମୟୁରଭଞ୍ଜରୁ ୨୪୩ଜଣ, ମାଲକାନଗିରିରୁ ୮୬ଜଣ, ନବରଙ୍ଗପୁରରୁ ୪୧୪ଜଣ, ନୟାଗଡ଼ରୁ ୨୨୩ଜଣ, ନୂଆପଡ଼ାରୁ ୩୩୫ଜଣ, ପୁରୀରୁ ୪୩୬ଜଣ, ରାୟଗଡାରୁ ୧୨୯ଜଣ, ସମ୍ବଲପୁରରୁ ୪୭୦ଜଣ, ସୋନପୁରରୁ ୧୫୮ଜଣ, ସୁନ୍ଦରଗଡ଼ରୁ ୧୧୩୭ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୨୪୯ ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ  ୧ କୋଟି ୩ଲକ୍ଷ ୧୯ହଜାର ୧୦୪ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୪ ଲକ୍ଷ ୮୯ହଜାର ୬୪୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୬୧୬୪ଜଣ ସୁସ୍ଥ ହେବା ସହିତ ମୋଟ ୪ଲକ୍ଷ  ୧୦ ହଜାର ୨୨୭ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୭ ହଜାର ୨୫୭ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | Resigns: ଝିଅ ପାଇଁ ଛୁଟି ନମିଳିବାରୁ ଇସ୍ତଫା ଦେଲେ ଡେପୁଟି ଏସପି

Share this: