Hathras Case : ରାତିରେ କାହିଁକି ପୀଡିତାଙ୍କ ଶବଦାହ କଲେ, ସୁପ୍ରିମକୋର୍ଟରେ ଉତ୍ତର ଦେଲେ ଯୋଗୀ ସରକାର

Share this:

ଲକ୍ଷ୍ନୌ (ମହିମା ଲାଇଭ ବ୍ୟୁରୋ): ଉତ୍ତର ପ୍ରଦେଶରେ ହାଥରସ (Hathras) ର ଘଟଣା ଉପରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରି କହିଛନ୍ତି ଯେ ସରକାରଙ୍କୁ ବଦନାମ କରିବା ପାଇଁ ଏକ ‘କୁତ୍ସିତ ଅଭିଯାନ’ ଆରମ୍ଭ କରାଯାଇଛି।

ଏହା ସହିତ ଏ ପର୍ଯ୍ୟନ୍ତ ଏହି ମାମଲାରେ କରାଯାଇଥିବା ଯାଞ୍ଚର ସବିଶେଷ ତଥ୍ୟ କୋର୍ଟକୁ ପ୍ରଦାନ କରାଯାଇଛି। ଏଥିରେ କୁହାଯାଇଛି ଯେ ହାଥରସ ବଳାତ୍କାରରେ ପୋଲିସ ଆଇନ ଅନୁଯାୟୀ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେଇଛି। ଅସୁରକ୍ଷିତ ଅବସ୍ଥା ହେତୁ ଝିଅଟିର ରାତିରେ ଅନ୍ତିମ ସଂସ୍କାର କରିବାକୁ ବାଧ୍ୟ ହୋଇଥିଲା। ସକାଳେ ଜନ ହିଂସାକୁ ଏଡାଇବା ପାଇଁ ଏହା କରାଯାଇଥିଲା। ଇଣ୍ଟେଲିଜେନ୍ସ (Intelligence) ସୂଚନା ମିଳିଥିଲା ଯେ ଏହି ମାମଲା ଜାତିଭିତ୍ତିକ ପ୍ରସଙ୍ଗ ହୋଇଆସୁଛି ଏବଂ ପୀଡ଼ିତାଙ୍କ ଅନ୍ତିମ ସଂସ୍କାରରେ ଲକ୍ଷ ଲକ୍ଷ ବିକ୍ଷୋଭକାରୀ ଏକାଠି ହୋଇଥାଇପାରନ୍ତି।

ଏହି ଆଫିଡେଭିଟ୍‌ରେ ଦର୍ଶାଯାଇଛି ଯେ କେତେକ ରାଜନୈତିକ ଦଳ ଏବଂ ଗଣମାଧ୍ୟମର ଏକ ବିଭାଗ ଏହି ମାମଲାକୁ ସାମ୍ପ୍ରଦାୟିକ ଏବଂ ଜାତିଗତ ରଙ୍ଗ ଦେବାରେ ନିୟୋଜିତ ଅଛନ୍ତି। ଏହି ମାମଲାରେ ସିବିଆଇ (CBI) ତଦନ୍ତ କରିବାକୁ ୟୁପି ସରକାର ମଧ୍ୟ ସୁପ୍ରିମକୋର୍ଟରେ ନିବେଦନ କରିଛନ୍ତି। ନିରପେକ୍ଷ ତଦନ୍ତରେ ନ୍ୟସ୍ତ ସ୍ୱାର୍ଥ ଦ୍ୱାରା ସୃଷ୍ଟି ହେଉଥିବା ପ୍ରତିବନ୍ଧକକୁ ଏଡାଇବା ପାଇଁ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବାକୁ ରାଜ୍ୟ ସରକାର କହିଛନ୍ତି। ରାଜ୍ୟ ସରକାର କହିଛନ୍ତି ଯେ ଏହି ଘଟଣାର ତଦନ୍ତ ପାଇଁ ସିବିଆଇକୁ ଅନୁରୋଧ କରିସାରିଛି।

Also Read: Hathras Case: ହାଥରସ୍ ମାମଲାରେ ବଡ ଖୁଲାସା, ୟୁପିରେ ଜାତିଗତ ଦଙ୍ଗା ପାଇଁ ରାତାରାତି ‘ଦଙ୍ଗା ୱେବସାଇଟ୍’ ତିଆରି

Share this: