Dhenkanal Corona Report: ଆଜି ଢେଙ୍କାନାଳ ଜିଲ୍ଲାରୁ ୫୨ଜଣ ପଜିଟିଭ ଚିହ୍ନଟ,୮ଜଣଙ୍କ ମୃତ୍ୟୁ

Share this:

ଢେଙ୍କାନାଳ: ଢେଙ୍କାନାଳ (Dhenkanal) ଜିଲ୍ଲାରେ ଆଜି ନୂଆ ୫୨ଜଣ କରୋନା (Covid-19) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରେ ହୋମ କ୍ୱାରାଣ୍ଟାଇନ୍‌ (Home Quarantine) ରୁ ୩୯ ଏବଂ ହସ୍ପିଟାଲରୁ ୧୩ଜଣ ଚିହ୍ନଟ ଅଛନ୍ତି। ଆଜି ଜିଲାରୁ ୮ଜଣ ମୃତ୍ୟୁବରଣ କରିଛନ୍ତି। ଜିଲ୍ଲାରେ ମୋଟ ମୃତ୍ୟୁ ସଂଖ୍ୟା ୧୧୬ରେ ପହଞ୍ଚିଛି।

ଆଜି ହିନ୍ଦୋଳ ବ୍ଲକ (Hindol Block) ରୁ ୧୧ଜଣ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ବାଉଁଶପୋଖରୀ ଏବଂ କୁକୁଟାରୁ ୨ଜଣ ଲେଖାଏଁ ଥିବାବେଳେ ଗୁଆଗରିଆ,କମୁଣ୍ଡାଳି, ବାରସିଙ୍ଗା, ଗୁଡ଼ିମୁଣ୍ଡା, ଘୋଡାଡିଆଁ, ରାସୋଳ ଏବଂ ଦୁଦରକୋଟରୁ ଜଣେ ଲେଖାଏଁ ଅଛନ୍ତି।

କାମାକ୍ଷାନଗର ବ୍ଲକ (Kamakhyanagar Block) ରୁ ୮ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜିରିଡାମାଳୀରୁ ୩ଜଣ, ଗୁଣ୍ଡୁଚାନାଳିରୁ ୨ଜଣ ଥିବାବେଳେ ମହୁଲପାଳ,ସାରୁଆଳିକଟା ଏବଂ ଅଁଳାବେରେଣୀରୁ ଜଣେ ଲେଖାଏଁ ଅଛନ୍ତି।   

ଢେଙ୍କାନାଳ ପୌରାଞ୍ଚଳ (Dhenkanal Municipality) ରୁ ୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ଦେଉଳସାହିରୁ ୨ଜଣ ଥିବାବେଳେ ଷ୍ଟେସନ୍ ବଜାର, ଗୁଡିଆନାଳି, ମହିଷାପାଟ, ଆମଲାପଡା ଏବଂ ଖମାରସାହିରୁ ଜଣେ ଲେଖାଏଁ ଅଛନ୍ତି।

amazon

ଓଡାପଡା ବ୍ଲକ (Oapada Block) ରୁ ୭ଜଣ ଚିହ୍ନଟ ହୋଇଛନ୍ତି। ଓଡ଼ାପଡାରୁ ୨ଜଣ ଥିବାବେଳେ ବାବନ୍ଧ, ମେରାମଣ୍ଡଳୀ, ତୁଭିନାଳୀ, ସଦାଶିବପୁର  ଏବଂ ଜରିପାଳରୁ ଜଣେ ଲେଖାଏଁ ଅଛନ୍ତି। ଭୁବନ ବ୍ଲକ (Bhuban Block) ରୁ ୬ଜଣ ଚିହ୍ନଟ ହୋଇଛନ୍ତି। ମହୁଲପାଳରୁ ୫ଜଣ ଏବଂ ମୁରୁଗାରୁ ଜଣେ ଅଛନ୍ତି। ଅନ୍ୟାନ୍ୟ ହସ୍ପିଟାଲରୁ ୫ଜଣ ଅଛନ୍ତି।

ସଦର ବ୍ଲକ (Sadar Block) ରୁ ୬ଜଣ ଚିହ୍ନଟ ହୋଇଛନ୍ତି। କାଉଚି, ଗୋବିନ୍ଦପୁର, କମାନିଙ୍ଗ, ଗେଁଗୁଟିଆ, ଗୋହିରାଖାଲ ଏବଂ ତଳବରକୋଟରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଗଁଦିଆ ବ୍ଲକର ରୁ ୨ଜଣ ଅଛନ୍ତି। ଗୁଣ୍ଡୁରାପଶି  ଏବଂ ଆମ୍ବପଡାରୁ ଜଣେ ଲେଖାଏଁ ଅଛନ୍ତି। କାମାକ୍ଷାନଗର NAC ରୁ ଜଣେ ଏବଂ ଅନ୍ୟାନ୍ୟ ହସ୍ପିଟାଲରୁ ୪ଜଣ ଅଛନ୍ତି।

ଗତକାଲି ଜିଲ୍ଲାରେ ୧୯୦୪ଜଣଙ୍କ ଟେଷ୍ଟିଂ  ହୋଇଥିଲା। ମୋଟ ୩ ଲକ୍ଷ ୮୩ ହଜାର ୬୬୩ ସାମ୍ପୁଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ମୋଟ ୧୮ ହଜାର ୯୭୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଜିଲ୍ଲାରୁ ୩୪ଜଣ କରୋନାରୁ ସୁସ୍ଥ ହେବାସହ ମୋଟ ୧୮ ହଜାର ୩୨୧ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୫୪୨ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି।

Also Read | Odisha Covid Updates:ଆଜି ଓଡ଼ିଶାରେ ୧୭୦୩ଜଣ ପଜିଟିଭ ଚିହ୍ନଟ

Share this:

Leave a Reply

Your email address will not be published. Required fields are marked *