Covid-19 Odisha Report: ଓଡ଼ିଶାରେ ପୁଣି କରୋନା ନେଲା ୬୯ଜଣଙ୍କ ଜୀବନ

Share this:

ଭୂବନେଶ୍ଵର: ଓଡ଼ିଶା (Odisha) ରେ ଆଉ ୬୯ଜଣଙ୍କ ଜୀବନ ନେଇଛି କରୋନା (Coronavirus)। ଏହି କରୋନା ଆକ୍ରାନ୍ତମାନଙ୍କର  ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫ ହଜାର ୭୦୩ କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୪ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ସେହିପରି ସୁନ୍ଦରଗଡରୁ ୧୦ଜଣ, ଅନୁଗୁଳ ଜିଲାରୁ ୯ଜଣ ଏବଂ ଢେଙ୍କାନାଳରୁ ୮ଜଣ ମୃତ୍ୟୁବରଣ କରିଛନ୍ତି। ଝାରସୁଗୁଡା ଜିଲ୍ଲାରୁ ୫ଜଣ ମୃତ୍ୟୁବରଣ କରିଥିବାବେଳେ ବରଗଡ଼, ପୁରୀ ଏବଂ ସମ୍ବଲପୁରରୁ ୪ଜଣ ଲେଖାଏଁ ଆକ୍ରନ୍ତ ମୃତ୍ୟୁବରଣ କରିଛନ୍ତି। କନ୍ଧମାଳରୁ ୩ଜଣ ଏବଂ ବଲାଙ୍ଗୀରିରୁ ୨ଜଣ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ଭଦ୍ରକ, କଟକ, ଜଗତସିଂପୁର, ମାଲକାନଗିରି, ନୂଆପଡ଼ା ଏବଂ ନୟାଗଡରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୫୭ ଲକ୍ଷ ୯୭ ହଜାର ୬୩୦ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୯ ଲକ୍ଷ ୭୨ ହଜାର ୫୧୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧ ହଜାର ୯୬୯ଜଣ ସୁସ୍ଥ ହେବା ସହିତ ମୋଟ ୯ ଲକ୍ଷ ୪୯ ହଜାର ୩୫୦ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୭ହଜାର ୪୧୧ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”9939″]

Share this: