ରାଜ୍ୟରେ ପୁଣି ୫୯୫ କରୋନା ପଜିଟିଭ ଚିହ୍ନଟ

Share this:

ରାଜ୍ୟରେ ଆଉ ୫୯୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୩୯୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୦୧ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 ଆଜି ୨୧ ଟି ଜିଲାରୁ କୋଭିଡ଼-୧୯ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।  ଗଞ୍ଜାମ ଜିଲ୍ଲାରେ  ସର୍ବାଧିକ ୨୩୦ ଜଣ ଚିହ୍ନଟ ହୋଇଛନ୍ତି। ତା ତଳକୁ ଯାଜପୁର  ଜିଲ୍ଲାରେ ୯୭ ଓ ଖୋର୍ଦ୍ଧାରେ  ଜିଲାରେ ୭୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି, କୋରାପୁଟ ରୁ ୪୪  ଓ ମାଲକାନଗିରି ରୁ ୩୬ ଜଣ ଚିହ୍ନଟ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ରୁ  ୧୪ ଜଣ ସଂକ୍ରମିତ ହୋଇଛନ୍ତି। ଗଜପତି ଜିଲ୍ଲାରୁ ୨୦ ଜଣ ଆକ୍ରାନ୍ତ  ହୋଇଛନ୍ତି।  ସେହିପରି ବାଲେଶ୍ଵର,ଭଦ୍ରକ ଓ କଟକ  ଜିଲ୍ଲାରୁ ୧୧ ଜଣ ଲେଖାଏଁ ସଂକ୍ରମିତ ହୋଇଛନ୍ତି।  ସେହିପରି  ପୁରୀ  ଜିଲ୍ଲାରୁ ୧୦  ଆକ୍ରାନ୍ତ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ୮ ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଜଗତସିଂପୁର ଓ ନୟାଗଡ଼  ଜିଲ୍ଲାରୁ ୫ ଜଣ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି। କଳାହାଣ୍ଡି ଜିଲ୍ଲାରୁ ୪  ଜଣ ସଂକ୍ରମିତ ହୋଇଛନ୍ତି। ବରଗଡ଼ ଓ କେଉଁଝର ଜିଲ୍ଲାରୁ ୩ ଜଣ ଲେଖାଏଁ ସଂକ୍ରମିତ ହୋଇଛନ୍ତି।  କେନ୍ଦ୍ରାପଡ଼ା ,ରାୟଗଡ଼ାଓ ସମ୍ବଲପୁର ଜିଲ୍ଲାରୁ ୨ ଜଣ ଲେଖାଏଁ  ସଂକ୍ରମିତ ହୋଇଛନ୍ତି। ବଲାଙ୍ଗୀରି ଜିଲ୍ଲାରୁ ଜଣେ ସଂକ୍ରମିତ ହୋଇଛନ୍ତି।  

ଖବର ଅନୁସାରେ, ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୩ ଲକ୍ଷ ୩୪ ହଜାର ୫୨୭  ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୩,୧୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୮,୩୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬୪ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪,୬୭୭ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

FROM THE WEB

Share this: