Odisha Covid Updates:ଆଜି ଓଡ଼ିଶାରେ ୧୭୦୩ଜଣ ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର: ଓଡ଼ିଶା (Odisha) ରେ ଗତ ୨୪ ଘଣ୍ଟାରେ ୧ ହଜାର ୭୦୩ଜଣ କରୋନା ସଂକ୍ରମିତ (Coronavirus)  ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୯୮୮ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୭୧୫ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୩୮୬ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୫୯ଜଣ, ବାଲେଶ୍ଵରରୁ ୮୮ଜଣ, ବରଗଡ଼ରୁ ୬ଜଣ, ଭଦ୍ରକରୁ ୭୦ଜଣ, ବଲାଙ୍ଗୀରିରୁ ୩ଜଣ, ବୌଦରୁ ୪ଜଣ, କଟକରୁ ୨୪୦ଜଣ, ଦେଓଗଡ଼ରୁ ୯ଜଣ, ଢେଙ୍କାନାଳରୁ ୫୨ଜଣ, ଗଜପତିରୁ ୩ଜଣ,  ଗଞ୍ଜାମରୁ ୧୦ଜଣ, ଜଗତସିଂପୁରରୁ ୫୧ଜଣ, ଯାଜପୁରରୁ ୮୫ଜଣ, ଝାରସୁଗୁଡାରୁ ୫ଜଣ, କଳାହଣ୍ଡିରୁ ୧୨ଜଣ, କନ୍ଧମାଳରୁ ୮ଜଣ, କେନ୍ଦ୍ରାପଡ଼ାରୁ ୧୪୯ଜଣ, କେଉଁଝରରୁ ୨୮ଜଣ, କୋରାପୁଟରୁ ୫ଜଣ, ମାଲକାନଗିରିରୁ ୪ଜଣ, ମୟୁରଭଞ୍ଜରୁ ୬୨ଜଣ, ନବରଙ୍ଗପୁରରୁ ୪ଜଣ, ନୟାଗଡ଼ରୁ ୪୬ଜଣ, ନୂଆପଡ଼ାରୁ ୩ଜଣ, ପୁରୀରୁ ୧୩୯ଜଣ, ରାୟଗଡାରୁ ୩୩ଜଣ, ସମ୍ବଲପୁରରୁ ୧୫ଜଣ, ସୋନପୁରରୁ ୧୦ଜଣ, ସୁନ୍ଦରଗଡରୁ ୪ ୪୩ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୭୧ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୫୭ ଲକ୍ଷ ୯୭ ହଜାର ୬୩୦ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୯ ଲକ୍ଷ ୭୨ ହଜାର ୫୧୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧ ହଜାର ୯୬୯ଜଣ ସୁସ୍ଥ ହେବା ସହିତ ମୋଟ ୯ ଲକ୍ଷ ୪୯ ହଜାର ୩୫୦ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୭ହଜାର ୪୧୧ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”9932″]

Share this: