Dhenkanal Corona Report: ଢେଙ୍କାନାଳ ଜିଲ୍ଲାରୁ ଆଜି ୩୯ଜଣ ପଜିଟିଭ ଚିହ୍ନଟ

Share this:

ଢେଙ୍କାନାଳ: ଢେଙ୍କାନାଳ (Dhenkanal) ଜିଲ୍ଲାରେ ଆଜି ନୂଆ ୩୯ଜଣ କରୋନା (Covid-19) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରେ ହୋମ କ୍ୱାରାଣ୍ଟାଇନ୍‌ (Home Quarantine) ରୁ ୨୭ ଏବଂ ହସ୍ପିଟାଲରୁ ୧୨ଜଣ ଚିହ୍ନଟ ଅଛନ୍ତି।

ଆଜି କାମାକ୍ଷାନଗର ବ୍ଲକ (Kamakhyanagar Block) ରୁ ୯ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅଁଳାବେରେଣୀରୁ ୫ଜଣ ଥିବାବେଳେ କଂଗେଇଲୋରୁ ୨ଜଣ ଅଛନ୍ତି। ବାଙ୍ଗୁରା ଏବଂ କନ୍ତିଓପୁଟସାହିରୁ ଜଣେ ଲେଖାଏଁ ଅଛନ୍ତି।   

mahimalive

ହିନ୍ଦୋଳ ବ୍ଲକ (Hindol Block) ରୁ ୮ଜଣ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କଦଳିପାଳରୁ ୪ଜଣ ଥିବାବେଳେ ବାଉଁଶପୋଖରୀ, ରାଜମୋହନପୁର , କଳଙ୍ଗାରୁ ଜଣେ ଲେଖାଏଁ ଅଛନ୍ତି।

ଢେଙ୍କାନାଳ ପୌରାଞ୍ଚଳ (Dhenkanal Municipality) ରୁ ୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ଦେଉଳସାହିରୁ ୨ଜଣ ଥିବାବେଳେ ଗୁଡିଆନାଳି ଏବଂ କାରିଗରସାହିରୁ ଜଣେ ଲେଖାଏଁ ଅଛନ୍ତି।

ସଦର ବ୍ଲକ (Sadar Block) ରୁ ୪ଜଣ ଚିହ୍ନଟ ହୋଇଛନ୍ତି। ୪ଜଣଙ୍କ ମଧ୍ୟରୁ କାଉଚି, ବାରଦା, ବଳଦିଆବନ୍ଧ ଏବଂ ଭୁବନପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ପର୍ଜଙ୍ଗ ବ୍ଲକର ରୁ ୩ଜଣ ଅଛନ୍ତି। କଙ୍କିଳି, ଖଣ୍ଡୁଆଳମୁଣ୍ଡା ଏବଂ ଶୁଣ୍ଢୀକାଟେଣିରୁ ଜଣେ ଲେଖାଏଁ ଅଛନ୍ତି।

କାମାକ୍ଷାନଗର NAC ରୁ ୩ଜଣ ଅଛନ୍ତି। ଓଡାପଡା ବ୍ଲକ (Oapada Block) ରୁ ୨ଜଣ ଚିହ୍ନଟ ହୋଇଛନ୍ତି। ଗୁଡିଆକାଟେଣି ଏବଂ ମୁରଡଙ୍ଗପାଳରୁ ଜଣେ ଲେଖାଏଁ ଅଛନ୍ତି। ଭୁବନ ବ୍ଲକର ଯମୁନାକୋଟରୁ ଜଣେ ଅଛନ୍ତି। ଅନ୍ୟାନ୍ୟ ହସ୍ପିଟାଲରୁ ୫ଜଣ ଅଛନ୍ତି।

ଗତକାଲି ଜିଲ୍ଲାରେ ୧୯୦୫ ଜଣଙ୍କ ଟେଷ୍ଟିଂ  ହୋଇଥିଲା। ମୋଟ ୩ ଲକ୍ଷ ୮୧  ହଜାର ୭୫୯ ସାମ୍ପୁଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ମୋଟ ୧୮ ହଜାର ୯୨୭   ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଜିଲ୍ଲାରୁ ୪୩ଜଣ କରୋନାରୁ ସୁସ୍ଥ ହେବାସହ ମୋଟ ୧୮ ହଜାର ୨୮୭ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୫୩୨ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”10233″]

Also Read | ଇସ୍ତଫା ଦେଲେ ବିଏସ୍ ୟେଦୁରୁପ୍ପା, କହିଲେ କର୍ଣ୍ଣାଟକରେ BJP କୁ ସାଇକେଲରେ ବୁଲିବୁଲି ଠିଆ କରେଇଛି

Share this: