IPL 2020 RCB vs KKR: କେମିତି ଭିଲେନ୍ ରୁ ହିରୋ ସାଜିଲେ ମହମ୍ମଦ ସିରାଜ

Share this:

ଦୁବାଇ: ବୁଧବାରରେ କୋଲକାତା ନାଇଟ୍ ରାଇଡର୍ସ (Kolkata Knight Riders, KKR) ବିପକ୍ଷରେ ମହମ୍ମଦ ସିରାଜ (Mohammed Siraj) ଯେପରି ବୋଲିଂ କରିଥିଲେ, ତାହା ଆଇପିଏଲ୍ (IPL) ଇତିହାସରେ ଦୀର୍ଘ ସମୟ ପାଇଁ ସ୍ମରଣୀୟ ହୋଇ ରହିବ। ଆଇପିଏଲ୍ ଇତିହାସରେ ପ୍ରଥମ ଥର ପାଇଁ ଜଣେ ବୋଲର ନିଜର ଲଗାତାର ଦୁଇଟି ଓଭରରେ ପ୍ରଥମ ତିନିଜଣ ବ୍ୟାଟ୍ସମ୍ୟାନ୍ ଙ୍କୁ  ପାଭିଲିୟନକୁ ପଠାଇଥିଲେ, କିନ୍ତୁ ଗୋଟିଏ ବି ରନ ଦେଇ ନଥିଲେ। ସେ ୩ ଓଭରରେ ମାତ୍ର ଦୁଇ ରନ୍ ଦେଇଥିଲେ। କେକେଆର୍ ବିପକ୍ଷରେ ଆରସିବି (Royal Challengers Bangalore,RCB) ଆଠଟି ୱିକେଟରେ ଜିତି ସିରାଜ ମ୍ୟାନ୍ ଅଫ୍ ଦି ମ୍ୟାଚ୍ (Man Of The Match)ହୋଇଥିଲେ। ଗତ ବର୍ଷ କେକେଆର ବିପକ୍ଷ ମ୍ୟାଚରେ ସିରାଜ ଦଳ ପାଇଁ ଜଣେ ଭିଲେନ୍ ବୋଲି ଲାଗିଥିଲେ, କିନ୍ତୁ ଏଥର ସେ ତାଙ୍କ ପ୍ରଦର୍ଶନ ଦ୍ୱାରା ସେହି ମ୍ୟାଚର ତିକ୍ତ ସ୍ମୃତିକୁ ଲିଭାଇ ଦେଇଛନ୍ତ।

IPL 2020: ଅନୁଷ୍କାଙ୍କ ଜବାବପରେ, ଗାଭାସ୍କରଙ୍କ ସଫେଇ ସେ ମହିଳା ବିରୋଧୀ ବିବୃତ୍ତି ଦେଇ ନାହାଁନ୍ତି; ଜାଣନ୍ତୁ କଣ କହିଛନ୍ତି ଗାଭାସ୍କର…

ଗତ ବର୍ଷ କେକେଆର ଏବଂ ଆରସିବି ମଧ୍ୟରେ ମ୍ୟାଚ୍ ଆରସିବିର ଘରୋଇ ଗ୍ରାଉଣ୍ଡ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଥିଲା ଏବଂ ସିରାଜ ମଧ୍ୟ ସେହି ମ୍ୟାଚରେ ଆରସିବି ପରାଜୟର ଏକ ପ୍ରମୁଖ କାରଣ ପାଲଟିଥିଲା। ଆରସିବି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ତିନି ୱିକେଟ୍ ପାଇଁ ୨୦୫ ରନ୍ ସ୍କୋର କରିଥିଲା, ଏହାର ଜବାବରେ କେକେଆର ୧୯.୧ ଓଭରରେ ପାଞ୍ଚ ୱିକେଟ୍ ପାଇଁ ୨୦୬ ରନ୍ କରି ଜିତିଥିଲା। ସେହି ମ୍ୟାଚରେ ସିରାଜ ୨.୨ ଓଭରରେ ୩୬ ରନ୍ ଦେଇଥିଲେ। କେବଳ ଏତିକି ନୁହେଁ, ସେ ଦୁଇଟି ଡେଡ ବଲ୍ (Dead Ball) ଫିଙ୍ଗିଥିଲେ, ଯାହା ପରେ ତାଙ୍କୁ ବୋଲିଂରୁ ହଟାଇବାକୁ ପଡିଥିଲା। ସେହିଭଳି ମ୍ୟାଚରେ ସିରାଜ କ୍ରିସ୍ ଲିନଙ୍କ ଏକ ସରଳ କ୍ୟାଚ୍ ମଧ୍ୟ ଛାଡିଦେଇଥିଲେ। କେକେଆର୍ ଜିତିବା ପାଇଁ ଆଣ୍ଡ୍ରେ ରସେଲ ୧୩ ଟି ବଲରୁ ୪୮ ରନ୍ କରିଥିଲେ।

 ଦିଲ୍ଲୀ ଚେନ୍ନାଇ ବିପକ୍ଷରେ ବଡ ବିଜୟ, ଅଧିନାୟକ ଅକ୍ଷାର ପଟେଲ ଓ ଧାୱନଙ୍କୁ ବିଜୟ ପାଇଁ ଶ୍ରେୟ ଦେଲେ

ବୁଧବାର ରାତିର ମ୍ୟାଚରେ ସିରାଜଙ୍କ ବଲ୍ ପାଇଁ କେକେଆର୍ ବ୍ୟାଟ୍ସମ୍ୟାନ୍ ଙ୍କ ପାଖେ  କୋଣସି ଉତ୍ତର ନଥିଲା ତାଙ୍କ ଚାରି ଓଭରରେ ସିରାଜ ରାହୁଲ ତ୍ରିପାଠୀ, ନୀତୀଶ ରାଣା ଏବଂ ଟମ ବଣ୍ଟନଙ୍କ ବଡ ୱିକେଟ୍ ନେବାକୁ ମାତ୍ର ଆଠ ରନ୍ ଦେଇଥିଲେ। ଆରସିବି କେକେଆର୍ କୁ ୨୦ ଓଭରରେ ଆଠଟି ୱିକେଟ ପାଇଁ ୮୪ ସ୍କୋର କରି ବାକୁ ଦେଇଥିଲା ଏବଂ ତା’ପରେ ୧୩.୩ ଓଭରରେ ଦୁଇଟି ୱିକେଟ୍ ପାଇଁ ଲକ୍ଷ୍ୟ ହାସଲ କରିନେଇଥିଲା। ସିରାଜଙ୍କ ବୋଲିଂ ଫିଗର 4-2-8-3 ଥିଲା।

Also Read| IPL 2020: ଏବି ଡି ଭିଲିୟର୍ସ ‘ଅସମ୍ଭବ’ ମ୍ୟାଚ୍ ରେ RCB କୁ ଜିତାଇଲେ ଏମିତି ଥିଲା ଅନୁଷ୍କା-ବିରାଟଙ୍କ ପ୍ରତିକ୍ରିୟା

Share this: