Covid-19 Odisha Updates: ଓଡ଼ିଶାରୁ ଆଜି ୩୮୮କରୋନା ସଂକ୍ରମିତ ଚିହ୍ନଟ, ୧୫ ମୃତ୍ୟୁ

Share this:

ଭୁବନେଶ୍ଵର: Odisha Covid-19 news ଆଜି ଓଡ଼ିଶାରୁ ୩୮୮ଜଣ କୋଭିଡ-୧୯ (Covid-19) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଦିନକୁ ଦିନ କମିବାରେ ଲାଗିଛି କରୋନା ସଂକ୍ରମଣ। କୋଭିଡ ନିୟମ ପାଳନ କରି ନିଜେ ସୁରକ୍ଷିତ ରହିବା ସହ ଅନ୍ୟମାନଙ୍କୁ ସୁରକ୍ଷିତ ରହିବାରେ ସହାୟକ ହୁଅନ୍ତୁ। ଆଜି  ୧୮ ବର୍ଷ ଚିହ୍ନଟଙ୍କ ମଧ୍ୟରେ ଅଛନ୍ତି ୮୬ଜଣ। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୨୨୬ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୬୨ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧାରୁ ଜିଲ୍ଲାରୁ ସର୍ବାଧିକ ୫୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳ ଜିଲ୍ଲାରରୁ ୧୩ଜଣ, ବାଲେଶ୍ଵରରୁ ୧୧ଜଣ, ବରଗଡ଼ରୁ ୯ଜଣ, ଭଦ୍ରକରୁ ୫ଜଣ, ବଲାଙ୍ଗୀରିରୁ ୭ଜଣ, ବୌଦରୁ ୩ଜଣ, କଟକରୁ ୨୧ଜଣ, ଦେଓଗଡ଼ରୁ ୫ଜଣ, ଢେଙ୍କାନାଳରୁ ୧୧ଜଣ, ଗଜପତିରୁ ୩୦ଜଣ, ଗଞ୍ଜାମରୁ ୭ଜଣ, ଜଗତସିଂପୁରରୁ ୭ଜଣ, ଯାଜପୁରରୁ ୨୩ଜଣ, ଝାରସୁଗୁଡାରୁ ୧୩ଜଣ, କଳାହାଣ୍ଡିରୁ ୩ଜଣ, କନ୍ଧମାଳରୁ ୪ଜଣ, କେନ୍ଦ୍ରାପଡ଼ାରୁ ୧୫ଜଣ, କେଉଁଝରରୁ ୮ଜଣ, କୋରପୁଟରୁ ୧୨ଜଣ, ମାଲକାନଗିରିରୁ ୩ଜଣ, ମୟୁରଭଞ୍ଜରୁ ୨୦ଜଣ, ନବରଙ୍ଗପୁରୁ ୮ଜଣ, ନୟାଗଡ଼ରୁ ୧୩ଜଣ, ନୂଆପଡ଼ାରୁ ୮ଜଣ, ପୁରୀରୁ ୩ଜଣ, ରାୟଗଡାରୁ ୨୦ଜଣ, ସମ୍ବଲପୁରରୁ ୨୪ଜଣ, ସୁନ୍ଦରଗଡରୁ ୧୬ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୧୩ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨ କୋଟି ୮୮ ଲକ୍ଷ ୭୯ ହଜାର ୮୦୬ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୨ ଲକ୍ଷ ୮୨ ହଜାର ୮୬୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧ ହଜାର ୪୯ଜଣ ସୁସ୍ଥ ହେବା ସହିତ ମୋଟ ୧୨ ଲକ୍ଷ ୬୮ ହଜାର ୧୫୮ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫ ହଜାର ୬୩୨ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

ସେହିପରି ରାଜ୍ୟରେ ୧୫ କରୋନା ସଂକ୍ରମିତଙ୍କ ପ୍ରାଣହାନି ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୯ ହଜାର ୨୬ କୁ ବୃଦ୍ଧି ପାଇଛି।

Read Also | Indian Railways New Rules: ଏଥର ଟ୍ରେନରେ ଯାତ୍ରା ବେଳେ Mobile ରେ ଜୋରରେ କଥା ହେବା ମନା, ପାରିବେନି ଗୀତ ଶୁଣି 

Share this: