Covid-19 Odisha Updates: ଆଜି ରାଜ୍ୟରୁ ଆଉ ୪୨୮ କୋଭିଡ ପଜିଟିଭ ଚିହ୍ନଟ, ୧୦ ମୃତ୍ୟୁ

Share this:

ଭୁବନେଶ୍ଵର: Odisha Covid-19 news ଆଜି ଓଡ଼ିଶାରୁ ୪୨୮ ଜଣ କୋଭିଡ-୧୯ (Covid-19) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କାଲି ରାଜ୍ୟରୁ ୩୮୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏଣୁ କାଲି ଅପେକ୍ଷା ଆଜି ସାମାନ୍ୟା ଟିକେ ଅଧିକା ହୋଇଛି। କୋଭିଡ ନିୟମ ପାଳନ କରି ନିଜେ ସୁରକ୍ଷିତ ରହିବା ସହ ଅନ୍ୟମାନଙ୍କୁ ସୁରକ୍ଷିତ ରହିବାରେ ସହାୟକ ହୁଅନ୍ତୁ। ଆଜି  ୧୮ ବର୍ଷ ଚିହ୍ନଟଙ୍କ ମଧ୍ୟରେ ଅଛନ୍ତି ୧୩୬ ଜଣ। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୨୪୯ ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୭୯ ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୯୬ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳ ଜିଲ୍ଲାରରୁ ୧୫ ଜଣ, ବାଲେଶ୍ଵରରୁ ୫ ଜଣ, ବରଗଡ଼ରୁ ୫ ଜଣ, ବଲାଙ୍ଗୀରିରୁ ଜଣେ, ବୌଦରୁ ଜଣେ, କଟକରୁ ୨୭ ଜଣ, ଦେଓଗଡ଼ରୁ ୧୬ ଜଣ, ଢେଙ୍କାନାଳରୁ ୩ ଜଣ, ଗଜପତିରୁ ୨୮ ଜଣ, ଗଞ୍ଜାମରୁ ୪ ଜଣ, ଜଗତସିଂପୁରରୁ ୧୬ ଜଣ, ଯାଜପୁରରୁ ୧୬ ଜଣ, ଝାରସୁଗୁଡାରୁ ୧୫ ଜଣ, କଳାହାଣ୍ଡିରୁ ୩ ଜଣ, କନ୍ଧମାଳରୁ ୮ ଜଣ, କେନ୍ଦ୍ରାପଡ଼ାରୁ ୩୫ ଜଣ, କେଉଁଝରରୁ ୯ ଜଣ, ଖୋର୍ଦ୍ଧାରୁ ୪୬ ଜଣ, କୋରପୁଟରୁ ୧୯ ଜଣ, ମାଲକାନଗିରିରୁ ୩ଜଣ, ମୟୁରଭଞ୍ଜରୁ ୧୧ ଜଣ, ନବରଙ୍ଗପୁରୁ ୪ ଜଣ, ନୟାଗଡ଼ରୁ ୭ ଜଣ, ନୂଆପଡ଼ାରୁ ୫ ଜଣ, ପୁରୀରୁ ୨ ଜଣ, ରାୟଗଡାରୁ ୧୩ ଜଣ, ସୋନପୁରରୁ ୪ ଜଣ, ସମ୍ବଲପୁରରୁ ୧୪ ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨ କୋଟି ୮୯ ଲକ୍ଷ ୩୨ ହଜାର ୪୭୮ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୨ ଲକ୍ଷ ୮୩ ହଜାର ୨୯୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧ ହଜାର ୯୫ ଜଣ ସୁସ୍ଥ ହେବା ସହିତ ମୋଟ ୧୨ ଲକ୍ଷ ୬୯ ହଜାର ୨୫୩ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪ ହଜାର ୯୫୫ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

ସେହିପରିରାଜ୍ୟରେ ୧୦ କରୋନା ସଂକ୍ରମିତଙ୍କ ପ୍ରାଣହାନି ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୯ ହଜାର ୩୬ କୁ ବୃଦ୍ଧି ପାଇଛି।

Share this: