High Court : ହାଇକୋର୍ଟର ଆସନ୍ତା କାଲିଠାରୁ ପୂଜା ଛୁଟି

Share this:

କଟକ: ଓଡ଼ିଶା ହାଇକୋର୍ଟ (High Court) ର ଦୁର୍ଗାପୂଜା ଅବକାଶ ଆସନ୍ତାକାଲିଠାରୁ ଆରମ୍ଭହେବାକୁ ଯାଉଛି। ତେବେ ଏହି ଅବକାଶ ସମୟରେ ୨୮ ତାରିଖରେ ଅବକାଶକାଳୀନ ଖଣ୍ଡପୀଠ ବସି ଜରୁରୀ ମାମଲା ଗୁଡ଼ିକର ଶୁଣାଣି କରିବେ।

ଜଷ୍ଟିସ୍‍ ଏସ୍‍.କେ.ମିଶ୍ର ଓ ଜଷ୍ଟିସ୍‍ ବି.ପି. ରାଉତରାୟ, ଡିଭିଜନ ବେଞ୍ଚରେ ମାମଲା ଶୁଣାଣି ହେବ। ସେହିପରି  ଜଷ୍ଟିସ୍‍ ଏସ୍‍.କେ. ସାହୁ ଓ ଜଷ୍ଟିସ୍‍ କେ.ଆର୍‍ ମହାପାତ୍ର ଜଣିକିଆ ଖଣ୍ଡପୀଠରେ ମଧ୍ୟ ସେହିଦିନ ଜରୁରୀ ମାମଲା ଗୁଡ଼ିକର ଶୁଣାଣି ହେବ ବୋଲି ହାଇକୋର୍ଟ ରେଜିଷ୍ଟ୍ରାର ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଅନ୍ୟପକ୍ଷରେ ଦୁର୍ଗାପୂଜା ଅବକାଶ ସମୟରେ ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ କାର୍ଯ୍ୟାଳୟ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଖୋଲା ରହିବ। ୧୧ଟାରୁ ୧୨ଟା ମଧ୍ୟରେ ନୂଆ ମାମଲା ପଞ୍ଜିକରଣ ପାଇଁ ଗ୍ରହଣ କରାଯିବ। ନଭେମ୍ବର ୨ ତାରିଖରେପୁଣି କୋର୍ଟ ଖୋଲିବ।

Also Read | Doordarshan:ଦୂରଦର୍ଶନରେ ଆସନ୍ତା ୨୬ରୁ +୨ ଛାତ୍ରଛାତ୍ରୀଙ୍କ ପାଇଁ ପାଠପଢା ଆରମ୍ଭ

Share this: