Doordarshan:ଦୂରଦର୍ଶନରେ ଆସନ୍ତା ୨୬ରୁ +୨ ଛାତ୍ରଛାତ୍ରୀଙ୍କ ପାଇଁ ପାଠପଢା ଆରମ୍ଭ

Share this:

ଭୁବନେଶ୍ଵର: ଆସନ୍ତା ୨୬ ତାରିଖରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ (+2 Second Year) ଛାତ୍ରଛାତ୍ରୀଙ୍କୁ ଦୂରଦର୍ଶନର ଡି.ଡି. ଓଡ଼ିଆ(DD Odia) ରେ ଶିକ୍ଷା ପ୍ରଦାନକରାଯିବ।

ଏହିକ୍ରମରେ ୨୬ରେ ବାଣିଜ୍ୟ (Commerce), ୨୭ରେ ରସାୟନ ବିଜ୍ଞାନ (Chemistry), ୨୮ ଓ ୨୯ ତାରିଖରେ ଗଣିତ (Mathematics), ୩୦ରେ ଉଦ୍ଭିଦ ବିଜ୍ଞାନ (Botany) ଏବଂ ୨ ତାରିଖରେ ଜୀବବିଜ୍ଞାନ (Zoology) ବିଷୟରେ ପ୍ରସାରଣ କରାଯି।

ସୂଚନା ଯୋଗ୍ୟ ଯେ ଶନିବାର ଓ ରବିବାର ବ୍ୟତୀତ ଅନ୍ୟ ସବୁ ଦିନରେ ସକାଳ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ପ୍ରସାରଣ କରାଯିବ ବୋଲି ଏ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ (CHSE) ର ନିର୍ଦ୍ଦେଶକ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି। ଏହି ପାଠପଢାର ସୁଯୋଗ ନେବାକୁ ଛାତ୍ରାଛାତ୍ରୀଙ୍କୁ କୁହାଯାଇଛି।  

Also Read | CBI:ମହାରାଷ୍ଟ୍ରକୁ ଆଉ CBI ପଶିପାରିବନି: ଉଦ୍ଧବ ସରକାର

Share this:

Leave a Reply

Your email address will not be published. Required fields are marked *