India-Korea : ପ୍ରଧାନମନ୍ତ୍ରୀ ମୋଦୀ ଏବଂ କୋରିଆ ରାଷ୍ଟ୍ରପତି ମୁନ ଜେ-ଇନଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

Share this:

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (Prime Minister Shri Narendra Modi) କୋରିଆ ଗଣତନ୍ତ୍ରର ରାଷ୍ଟ୍ରପତି ମାନ୍ୟବର ମୁନ ଜେ-ଇନ (Moon Jae-in)ଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି।

କୋଭିଡ-୧୯ (Covid-19) ମହାମାରୀ ଲଢେଇର ଅଗ୍ରଗତି, ଅନ୍ତର୍ଜାତୀୟ ଭାଲ୍ୟୁ ଚେନର ବିବିଧକରଣ (Global value chain), ସ୍ୱଚ୍ଛ ସଂରକ୍ଷଣର ଆବଶ୍ୟକତା, ବିକାଶ ତଥା ନିୟମ-ଆଧାରିତ ବିଶ୍ୱ ବାଣିଜ୍ୟ ଏବଂ ବିଶ୍ୱ ବାଣିଜ୍ୟ ସଂଗଠନର ଗୁରୁତ୍ୱପୂର୍ଣ୍ଣ ଭୂମିକା ସହିତ ବିଶ୍ଵସ୍ତରୀୟ ବିକାଶ ଉପରେ ଦୁଇ ନେତା ସମୀକ୍ଷା କରିଥିଲେ।

ଉପରୋକ୍ତ ପ୍ରସଙ୍ଗ ଉପରେ ଉଭୟ ଦେଶ ଯୋଗାଯୋଗରେ ରହିବା ସହିତ ସମସ୍ତ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ତ୍ୱରାନ୍ୱିତ କରିବା ନେଇ ଦୁଇ ନେତା ସହମତ ହୋଇଥିଲେ।

Also Read| PM Modi: ଲକଡାଉନ ହଟିଛି, କରୋନା ଭୂତାଣୁ ଯାଇନି

Share this: