ଭାରତରେ କରୋନା ସ୍ଥିତି ଅସମ୍ଭାଳ,ଗତ ୨୪ ଘଣ୍ଟାରେ ୯୦ହଜାର ପାର

Share this:

ନୂଆଦିଲ୍ଲୀ: ଭାରତରେ  କରୋନା (Covid-19 ) ସଂକ୍ରମଣ ମାମଲା ଦିନକୁ ଦିନ ବଢିବାରେ ଲାଗିଛି। ଗତ ୨୪ଘଣ୍ଟା ମଧ୍ୟରେ ୯୦ହଜାର ୬୩୨ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪୧ ଲକ୍ଷ୧୩ ହଜାର ୮୧୧କୁ ବୃଦ୍ଧି ପାଇଛି। ଏହା ମଧ୍ୟରୁ ୮ ଲକ୍ଷ ୬୨ ହଜାର ୩୨୦ ଜଣ ସକ୍ରିୟ କରୋନା ସଂକ୍ରମିତ ଅଛନ୍ତି। ଦେଶରେ ମୃତ୍ୟୁସଂଖ୍ୟା ୭୦ହଜାର ୬୨୬ ରହିଛି। ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୩୧ ଲକ୍ଷ ୮୦ ହଜାର ୮୬୫ ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୧୦୬୫ ଜଣ ମୃତ୍ୟୁବରଣ କରିଛନ୍ତି।

ଦେଶରେ ବର୍ତ୍ତମାନ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ ଏବଂ ଉତ୍ତରପ୍ରଦେଶ ପାଞ୍ଚଟି ରାଜ୍ୟ ଗତ ୨୪ ଘଣ୍ଟା ମଧ୍ୟରେ ୫୧ ହଜାର ୩୨୪  ଟି କରୋନା ନୂତନ ମାମଲା ରୁଜୁ କରିଛନ୍ତି। ଏଥିରେ ମହାରାଷ୍ଟ୍ରରେ ସର୍ବାଧିକ ୧୯ ହଜାର ୨୧୮ ଜଣ ନୂତନ ସଂକ୍ରମିତ ରହିଛନ୍ତି। ଏଥି ସହିତ ଆନ୍ଧ୍ରପ୍ରଦେଶରେ ୧୦ ହଜାର ୭୭୬, ତାମିଲନାଡୁରେ ୫ ହଜାର ୯୭୬, କର୍ଣ୍ଣାଟକରେ ୯ ହଜାର ୨୮୦ ଏବଂ ଉତ୍ତରପ୍ରଦେଶରେ ୬ ହଜାର ୭୪ ଟି ନୂତନ  କରୋନା ମାମଲା ପଂଜୀକୃତ ହୋଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ କୋଭିଡ -୧୯ କ୍ଷେତ୍ରରେ ମୃତ୍ୟୁ ହାର ମଧ୍ୟ ୧.୭୩ ପ୍ରତିଶତକୁ ଖସି ଆସିଛି। ଠିକ ୭ ଦିନ ପୂର୍ବରୁ ଏହା ୧.୮୧ ପ୍ରତିଶତ ଥିଲା। ଏଥି ସହିତ ଦେଶରେ ପଜିଟିଭ ହାର ୮.୪୩ ପ୍ରତିଶତକୁ ଖସି ଆସିଛି। ୭ ଦିନ ପୂର୍ବରୁ ଏହି ହାର ୮.୫୭ ପ୍ରତିଶତ ଥିଲା। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ କରୋନାର ୭୦ ହଜାର ୭୨ ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ସଂକ୍ରମଣରୁ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ଦେଶରେ ୩୧ ଲକ୍ଷ ୭ ହଜାର ୨୨୩ କୁ ବୃଦ୍ଧି ପାଇଛି। ଏହିପରି ଭାବରେ ଦେଶରେ ପୁନରୁଦ୍ଧାର ହାର ୭୭.୨୩ ପ୍ରତିଶତକୁ ବୃଦ୍ଧି ପାଇଛି।

ସଂକ୍ରମଣ ଦୃଷ୍ଟିରୁ ଯୁକ୍ତରାଷ୍ଟ୍ର ଆମେରିକା ୬୪ ଲକ୍ଷ ୩୧ ହଜାର ୧୫୨  ସଂକ୍ରମିତଙ୍କ ସହ ପ୍ରଥମ ସ୍ଥାନରେ ସ୍ଥାନରେ ଅଛି। ୨ୟ ସ୍ଥାନରେ ଥିବା ବ୍ରାଜିଲରେ ୪୧ ଲକ୍ଷ ୨୩ ହଜାର କରୋନା ସଂକ୍ରମିତ ଅଛନ୍ତି। ଭାରତ ୪୧ ଲକ୍ଷ ୧୩ ହଜାର ୮୧୧ ସହ ୩ୟ ସ୍ଥାନରେ ଅଛି।  

Also Read: 

ଚୀନକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ତାଗିଦ, ଯଦି ଶାନ୍ତି ଚାହୁଁଛ ପ୍ରଥମେ ସୀମାରୁ ସେନା ହଟାଅ

ଚୀନ୍ ଏବଂ ପାକିସ୍ତାନ ମିଳିତ ଭାବେ ଜୈବିକ ଅସ୍ତ୍ର ତିଆରି କରୁଛନ୍ତି!

Share this: