Odisha Weather Report: ଆଜିଠାରୁ ଦୁଇଦିନ ପ୍ରବଳ ବର୍ଷା, ୱାର୍ଣ୍ଣିଂ ଜାରି; ହୀରାକୁଦର ୨୦ଟି ଗେଟ୍‍ ଖୋଲା

Share this:

ବଡଖବର:

  • ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ଢେଙ୍କାନାଳ, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।

ଭୁବନେଶ୍ଵର: Odisha Weather Report heavy rains continues in Odisha ଓଡ଼ିଶାରେ ଆଜି ପ୍ରବଳ ବର୍ଷା ହେଉଛି। ତୁହା କୁ ତୁହା ବର୍ଷା ସାରା ଓଡ଼ିଶାକୁ ଭିଜେଇ ରଖିଛି। ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ଉତ୍ତର-ବଙ୍ଗୋପସାଗର ଅଂଚଳରେ ଆଜି ରାତି ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆସନ୍ତା  ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଆସନ୍ତାକାଲି ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏହା ଅବପାତର ରୂପ ନେବାର ସମ୍ଭାବନା ରହିଛି।

ସୂଚନା ଅନୁସାରେ ଏହି ଲଘୁଚାପ ପ୍ରଭାବରେ ଆଜିଠାରୁ ୨ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ଢେଙ୍କାନାଳ, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହିସବୁ ଜିଲ୍ଲାରେ ୭ରୁ ୨୦ ସେଣ୍ଟିମିଟର ଯାଏ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଅତି ପ୍ରବଳ ତଥା ଅତ୍ୟନ୍ତ ପ୍ରବଳ ବର୍ଷା ପ୍ରଭାବରେ ତଳୁଆ ଅଂଚଳରେ ପାଣି ଜମିବା ସହ, ସହରରେ ବନ୍ୟା ପରିସ୍ଥିତି ଉପୁଜିବା ତଥା ଅଣ୍ଡର-ପାସ ରୋଡ଼ରେ ପାଣି ଜମିବା, ପାହାଡିଆ ଅଂଚଳରେ ଭୂସ୍ଖଳନର ଆଶଙ୍କା ରହିଛି। ଏହି ସମୟରେ ସମୁଦ୍ର ଅତ୍ୟଧିକ ଅଶାନ୍ତ ରହୁଥିବାରୁ, ମତ୍ସ୍ୟଜୀବୀଙ୍କୁ ଅଗଷ୍ଟ ୧୫ ତାରଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।

ସେହିପରି ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳଭଣ୍ଡାରରୁ ଏବେ ୨୦ଟି ଗେଟ୍‍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ଆଜି ପୂର୍ବାହ୍ନ ସୁଦ୍ଧା ଜଳଭଣ୍ଡାରକୁ ୪ ଲକ୍ଷ ୩୫ ହଜାର ୩୦୩ କ୍ୟୁସେକ୍‍ ଜଳ ପ୍ରବାହିତ ହେଉଥିବାବେଳେ ସ୍ଲୁଇସ୍‍ ଗେଟ୍‍ ଓ ବିଭିନ୍ନ ପାୱାର ଚ୍ୟାନେଲ ଦେଇ ୩ ଲକ୍ଷ ୪୯ ହଜାର ୪୯୮ ଜଳ ନିଷ୍କାସିତ ହେଉଛି।

ଏଥିସହିତ ମହାନଦୀ ଶଯ୍ୟା ହୀରାକୁଦ ତଳିଆ ଅଞ୍ଚଳକୁ ସତର୍କ ସୂଚନା ଜାରି କରାଯାଇଛି। ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଜନସାଧାରଣଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି। ହୀରାକୁଦ୍‍ ଡ୍ୟାମର ତଳିଆ ଅଞ୍ଚଳକୁଜଳ ପ୍ରବାହ ତୀବ୍ର ରହିଥିବାରୁ ସାଧାରଣ ଜନତା ସତର୍କ ରହିବା ସହ ନଦୀ ମଧ୍ୟକୁ ପ୍ରବେଶ ନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।

[amazon_auto_links id=”9939″]

Read Also | Covid Cases in Odisha: ଗତ ୨୪ ଘଣ୍ଟାରେ ରାଜ୍ୟରୁ ୪୦୩ କୋଭିଡ ପଜିଟିଭ ଚିହ୍ନଟ

Share this:

Leave a Reply

Your email address will not be published. Required fields are marked *