Indian Boxing: କବିନ୍ଦର ଏବଂ ସଞ୍ଜିତ ଫ୍ରାନ୍ସ ବକ୍ସିଂ ଚାମ୍ପିଅନସିପ୍ ଫାଇନାଲରେ ପ୍ରବେଶ

Share this:

ଫ୍ରାନ୍ସ: ଭାରତୀୟ ବକ୍ସର କବିନ୍ଦର ସିଂ ବିଶଟ (Kavinder Singh Bisht) (୫୭ କିଲୋଗ୍ରାମ), ଅମିତ ପାଙ୍ଗଲ (Amit Panghal) (୫୨ କିଲୋଗ୍ରାମ) ଏବଂ ସଞ୍ଜିତ (Sanjeet) (୯୧ କିଲୋଗ୍ରାମ) ଫ୍ରାନ୍ସର ନାଣ୍ଟେସରେ ଆଲେକ୍ସସ୍ ଭେଷ୍ଟାଇନ୍ ଆନ୍ତର୍ଜାତୀୟ ବକ୍ସିଂ ଟୁର୍ନାମେଣ୍ଟର (Alexis Vastine International Tournament in Nantes, France) ଫାଇନାଲରେ ପ୍ରବେଶ କରିଛନ୍ତି।

ଶିବ ଥାପା (Shiva Thapa) (୬୩ କିଲୋଗ୍ରାମ) କିନ୍ତୁ ବ୍ରୋଞ୍ଜ ପଦକ (Bronze Medal) ସହିତ ସନ୍ତୁଷ୍ଟ ହେବାକୁ ପଡିଲା। ସେମିଫାଇନାଲ (Semifinal)ରେ ସେ ସ୍ଥାନୀୟ ଖେଳାଳି ଲୋନ୍ସ ହାମ୍ରୋଇ (Lounes Hamraoui)ଙ୍କୁ ୧-୨ ରେ ହରାଇଥିଲେ।

ଏସୀୟ ଚାମ୍ପିଅନସିପ୍ ରୌପ୍ୟ ପଦକ ବିଜେତା କବିନ୍ଦର ସେମିଫାଇନାଲରେ ଫ୍ରାନ୍ସର ବେନିକ୍ ଜର୍ଜ ମେଲକ୍ୟୁମାନ (Benik George Melkumian)ଙ୍କୁ ୩-୦ ରେ ପରାସ୍ତ କରିଛନ୍ତି। ସେ ଫାଇନାଲରେ ଆଉ ଜଣେ ସ୍ଥାନୀୟ ବକ୍ସର ସାମୁଏଲ କିଷ୍ଟୋହରି (Samuel Kistohurry.)ଙ୍କୁ ଭେଟିବେ। ଇଣ୍ଡିଆ ଓପନ୍ (India Open) ସ୍ୱର୍ଣ୍ଣ ପଦକ ବିଜେତା (Gold Medalist) ସଞ୍ଜିତ ଆମେରିକାର ଶେରୋଡ ଫୁଲଗାମ (Sherrod Fulghm) ଙ୍କୁ ୨-୧ରେ ପରାସ୍ତ କରିଛନ୍ତି। ଫାଇନାଲରେ ସେ ଫ୍ରାନ୍ସର ସୋହେବ ବୋଫିଆ (Soheb Bouafia) ଙ୍କୁ ଭେଟିବେ।

ବିଶ୍ୱ ଚାମ୍ପିଅନସିପ୍ ରୌପ୍ୟ ପଦକ ବିଜେତା ଅମିତ ପାଙ୍ଗଲ ଆମେରିକାର ଖ୍ରୀଷ୍ଟୋଫର ହେରେରା (American Christopher Herrera) ଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି।

Also Read| Watch IPL 2020: ଦୁଇଟି ସୁପର ଓଭର ପରେ KXIP ଜିତିଲା, ଏମିତି ଥିଲା ପ୍ରୀତି ଜିଣ୍ଟା ପ୍ରତିକ୍ରିୟା ଭିଡିଓ ଭାଇରାଲ

Share this: