Odisha Covid19: ଆଜି ରାଜ୍ୟରେ ଆଉ ୨୭୯୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ

Share this:

ଭୁବନେଶ୍ଵର (ମହିମା ଲାଇଭ ବ୍ୟୁରୋ): ରାଜ୍ୟରେ ଆଜି ୨ ହଜାର ୭୯୬  ଜଣ କରୋନା (Covid19) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୩୨ ହଜାର ୯୮୮ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୫୮୨ ଜଣ ସୁସ୍ଥ କଟକରୁ ୧୭୯ ଜଣ, ଅନୁଗୋଳରୁ ୧୩୫ ଜଣ, ବରଗଡ଼ରୁ ୯୭ ଜଣ, ଯାଜପୁରରୁ ୧୪୮ ଜଣ, ମୟୁରଭଞ୍ଜରୁ ୯୬ ଜଣ, ଭଦ୍ରକରୁ ୪୨ ଜଣ, ବାଲେଶ୍ଵରରୁ ୭୫ ଜଣ, ଢେଙ୍କାନାଳରୁ ୩୩ ଜଣ, ପୁରୀରୁ ୧୨୭ ଜଣ, ଜଗତସିଂପୁରରୁ  ୫୨ ଜଣ, ରାୟଗଡାରୁ ୪ ଜଣ, ଗଞ୍ଜାମରୁ ୩୪ ଜଣ, ସମ୍ବଲପୁରରୁ ଜିଲ୍ଲାରୁ ୧୦୬ ଜଣ, ନୟାଗଡ ୩୭ ଜଣ, ସୋନପୁରରୁ ୭୧ ଜଣ, ବଲାଙ୍ଗୀରରୁ ୧୦୭ ଜଣ, ସୁନ୍ଦରଗଡରୁ ୭୭ ଜଣ, ଝାରସୁଗୁଡାରୁ ୩୧ ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୨୦ ଜଣ, କେନ୍ଦ୍ରାପଡା ୧୦୨ ଜଣ, କୋରାପୁଟରୁ ୪୭ ଜଣ, କେଉଁଝରରୁ ୪୧ ଜଣ, କନ୍ଧମାଳରୁ ୫୦ଜଣ, ନୂଆପଡ଼ାରୁ ୯୭ ଜଣ, କଳାହାଣ୍ଡିରୁ ୭୬ ଜଣ, ଗଜପତିରୁ ୧୭ ଜଣ, ବୌଦ୍ଧରୁ ୫ ଜଣ, ମାଲକାନଗିରି ଜିଲ୍ଲାରୁ ୪୧ ଜଣ, ଦେଓଗଡରୁ ୧୭ ଜଣ ଏବଂ ଷ୍ଟେଟ୍ ପୁଲରୁ ୧୫୦ ଜଣ ସୁସ୍ଥ ହୋଇଛନ୍ତି।

Also Readd | Media କୁ ନାଲି ଆଖି! ମିଡ଼ିଆ ରିପୋର୍ଟ ଉପରେ ପ୍ରତିବନ୍ଧକ ଲଗାଇବାକୁ ବଲିଉଡ଼ର ଦିଲ୍ଲୀ ହାଇକୋର୍ଟରେ ମାମଲା

Share this: