Angul Covid19 : ଅନୁଗୋଳରୁ ଆଜି ୧୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

Share this:

ଅନୁଗୋଳ (ମହିମା ଲାଇଭ ବ୍ୟୁରୋ): ଆଜି ଅନୁଗୋଳ ଜିଲ୍ଲାରୁ ୧୪୫ ଜଣ ନୂଆ କରୋନା ପଜିଟିଭ (Covid-19) ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ଆକ୍ରାନ୍ତ ମାନଙ୍କୁ ମିଶାଇ ଜିଲ୍ଲାରେ ପଜିଟିଭ ସଂଖ୍ୟା ୬ ହଜାର ୪୧୨ରେ ପହଞ୍ଚିଛି।

ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ନମୁନା ଦେଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୮ ରେ ପହଞ୍ଚିଛି।

ଆଜି ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନଙ୍କ ମଧ୍ୟରେ ବଅଁରପାଳ ବ୍ଳକ୍ ଅଞ୍ଚଳରୁ ୩୩ ଜଣ, ଅନୁଗୋଳ ପୌରାଞ୍ଚଳରୁ ୨୬ ଜଣ, ପାଲଲହଡା ବ୍ଳକ୍ ଅଞ୍ଚଳରୁ ୧୬ ଜଣ, ଛେଣ୍ଡିପଦା ବ୍ଳକ୍ ଅଞ୍ଚଳରୁ ୧୬ କଣ, ତାଳଚେର ପୌରାଞ୍ଚଳରୁ ୧୩ ଜଣ, ଆଠମଲ୍ଲିକ ବିଜ୍ଞାପିତ ପରିଷଦ ଅଞ୍ଚଳରୁ ୧୨ ଜଣ, ଅନୁଗୋଳ ବ୍ଳକ୍ ଅଞ୍ଚଳରୁ ୯ ଜଣ, ଆଠମଲ୍ଲିକ ବ୍ଲକ୍ ଅଞ୍ଚଳରୁ ୭ ଜଣ ତାଳଚେର ବ୍ଳକ୍ ଅଞ୍ଚଳରୁ ୬ ଜଣ, କିଶୋରନଗର ବ୍ଲକ୍ ଅଞ୍ଚଳରୁ ୫ ଜଣ ଏବଂ କଣିହାଁ ବ୍ଳକ୍ ଅଞ୍ଚଳରୁ ୨ଜଣ ଅଛନ୍ତି।

ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନଙ୍କୁ କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ୱଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତ ମାନଙ୍କୁ ନିଜ ଘରେ ଆଇସୋଲେସନରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ  ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରକାଶ କରିଛନ୍ତି।

ଆଜି ଅନୁଗୁଳ ଜିଲ୍ଲାରୁ ୯୨ ଜଣ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୦ଜଣ କୋଭିଡ ହସପିଟାଲରୁ , ୪ ଜଣ କୋଭିଡ କେୟାର ସେଣ୍ଟରରୁ ଏବଂ ୭୮ ଜଣ ହୋମ ଆଇସୋଲେସରୁ ସୁସ୍ଥ ହୋଇଛନ୍ତି।

ଜିଲ୍ଲାପାଳ ଜିଲ୍ଲାରେ କରୋନା ସ୍ଥିତିକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ସବୁ ଅଞ୍ଚଳରେ ବିଶୋଧନ କାର୍ଯ୍ୟ ସଠିକ୍ ଭାବେ ଚାଲୁଛି କି ନାହିଁ ବିଭାଗୀୟ ଅଧିକାରୀକୁ ପଚାରି ବୁଝିଥିଲେ।

Also Read | Odisha:ରାଜ୍ୟ ସରକାରୀ ଚାକିରି ପାଇଁ ସର୍ବୋଚ୍ଚ ବୟସସୀମା ବୃଦ୍ଧି କରାଯାଉ; ଅନ୍ୟ ରାଜ୍ୟରେ ୪୫ ବର୍ଷ, ଓଡ଼ିଶାରେ ୩୨

Share this: