Odisha Covid19: ଆଜି ରାଜ୍ୟରେ ଆଉ ୩୩୪୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ

Share this:

ଭୁବନେଶ୍ଵର (ମହିମା ଲାଇଭ ବ୍ୟୁରୋ): ରାଜ୍ୟରେ ଆଜି ୩ ହଜାର ୩୪୨ ଜଣ କରୋନା (Covid19) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୨୭ ହଜାର ୬୧୫ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୫୧୧ ଜଣ ସୁସ୍ଥ କଟକରୁ ୩୬୬ ଜଣ, ଅନୁଗୋଳରୁ ୨୮୮ ଜଣ, ବରଗଡ଼ରୁ ୧୦୪ ଜଣ, ଯାଜପୁରରୁ ୧୫୫ ଜଣ, ମୟୁରଭଞ୍ଜରୁ ୩୬୨ ଜଣ, ଭଦ୍ରକରୁ ୮୪ ଜଣ, ବାଲେଶ୍ଵରରୁ ୩୪ ଜଣ, ଢେଙ୍କାନାଳରୁ ୪୦ ଜଣ, ପୁରୀରୁ ୧୦୩ ଜଣ, ଜଗତସିଂପୁରରୁ  ୭୬ ଜଣ, ରାୟଗଡାରୁ ୧୪ ଜଣ, ଗଞ୍ଜାମରୁ ୪୨ ଜଣ, ସମ୍ବଲପୁରରୁ ଜିଲ୍ଲାରୁ ୯୩ ଜଣ, ନୟାଗଡ ୪୮ ଜଣ, ସୋନପୁରରୁ ୫୩ ଜଣ, ବଲାଙ୍ଗୀରରୁ ୮୨ ଜଣ, ସୁନ୍ଦରଗଡରୁ ୭୨ ଜଣ, ଝାରସୁଗୁଡାରୁ ୫୨ ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୩ ଜଣ, କେନ୍ଦ୍ରାପଡା ୧୩୧ ଜଣ, କୋରାପୁଟରୁ ୩୯ ଜଣ, କେଉଁଝରରୁ ୮୯ ଜଣ, କନ୍ଧମାଳରୁ ୪୬ ଜଣ, ନୂଆପଡ଼ାରୁ ୪୨ ଜଣ, କଳାହାଣ୍ଡିରୁ ୪୭ ଜଣ, ଗଜପତିରୁ ୧୦ ଜଣ, ବୌଦ୍ଧରୁ ୬୪ ଜଣ, ମାଲକାନଗିରି ଜିଲ୍ଲାରୁ ୩୫ ଜଣ, ଦେଓଗଡରୁ ୨୨ ଜଣ ଏବଂ ଷ୍ଟେଟ୍ ପୁଲରୁ ୨୨୫ ଜଣ ସୁସ୍ଥ ହୋଇଛନ୍ତି।

◆Mahimalive ବର୍ତ୍ତମାନ ଫେସବୁକରେ ମଧ୍ୟ ଉପଲବ୍ଧ। ଆମର Facebook Official Page (@mahimalivenews) ରେ ଯୋଗଦେବାକୁ Click Here

Also Read| Odisha Covid19: ଆଜି ନୂଆ ୨୫୪୬ ଜଣ କରୋନା ପଜିଟିଭ ଚିହ୍ନଟ, ୨ୟ ସ୍ଥାନରେ ଅନୁଗୋଳ

Share this: