Angul Covid19:ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା; ଅନୁଗୋଳରୁ ଆଜି ୨୩୮ ଜଣ ଚିହ୍ନଟ

Share this:

ଅନୁଗୋଳ (ମହିମା ଲାଇଭ ବ୍ୟୁରୋ): ଅନୁଗୋଳ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି। ଆଜି ଜିଲ୍ଲାରୁ ୨୩୮ ଜଣ ନୂଆ କରୋନା ପଜିଟିଭ (Covid-19) ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ଆକ୍ରାନ୍ତ ମାନଙ୍କୁ ମିଶାଇ ଜିଲ୍ଲାରେ ପଜିଟିଭ ସଂଖ୍ୟା ୬ ହଜାର ୨୬୭ ରେ ପହଞ୍ଚିଛି।

ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ନମୁନା ଦେଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୬ ରେ ପହଞ୍ଚିଛି।

ଆଜି ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନଙ୍କ ମଧ୍ୟରେ ତାଳଚେର ବ୍ଳକ୍ ଅଞ୍ଚଳରୁ ୩୯ ଜଣ, ଅନୁଗୋଳ ବ୍ଳକ୍ ଅଞ୍ଚଳରୁ ୩୮ ଜଣ, ତାଳଚେର ପୌରାଞ୍ଚଳରୁ ୩୦ ଜଣ, କଣିହାଁ ବ୍ଳକ୍ ଅଞ୍ଚଳରୁ ୨୮ ଜଣ, ପାଳଲହଡା ବ୍ଳକ୍ ଅଞ୍ଚଳରୁ ୨୫ ଜଣ, ଛେଣ୍ଡିପଦା ବ୍ଳକ୍ ଅଞ୍ଚଳରୁ ୧୮ କଣ, ବଅଁରପାଳ ବ୍ଳକ୍ ଅଞ୍ଚଳରୁ ୧୭ ଜଣ, ଅନୁଗୋଳ ପୌରାଞ୍ଚଳରୁ ୧୪ ଜଣ, ଆଠମଲ୍ଲିକ ବ୍ଲକ୍ ଅଞ୍ଚଳରୁ ୧୩ ଜଣ, କିଶୋରନଗର ବ୍ଲକ୍ ଅଞ୍ଚଳରୁ ୧୨ ଜଣ ଏବଂ ଆଠମଲ୍ଲିକ ବିଜ୍ଞାପିତ ପରିଷଦ ଅଞ୍ଚଳରୁ ୪ ଜଣ ଅଛନ୍ତି।

ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନଙ୍କୁ କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ୱଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତ ମାନଙ୍କୁ ନିଜ ଘରେ ଆଇସୋଲେସନରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ  ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରକାଶ କରିଛନ୍ତି।

ସେହିପରି ଆଜି ଅନୁଗୁଳ ଜିଲ୍ଲାରୁ ୧୧୩ ଜଣ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୪ ଜଣ କୋଭିଡ ହସପିଟାଲରୁ, ୬ ଜଣ କୋଭିଡ କେୟାର ସେଣ୍ଟରରୁ ଓ ୯୩ ଜଣ ହୋମ ଆଇସୋଲେସନ (Isolation) ରୁ ସୁସ୍ଥ ହୋଇଛନ୍ତି। ଜିଲ୍ଲାରେ କରୋନା ସ୍ଥିତି ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଜିଲ୍ଲାପାଳ ପ୍ରତ୍ୟେକ ଦିନ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରୁଛନ୍ତି।

ଆସନ୍ତା କାଲି ଠାରୁ ରେଡ୍ ଜୋନ ବିଶୋଧନ କାର୍ଯ୍ୟକୁ ବ୍ୟାପକ ଭାବେ କରିବା ସହ ହାଟ ଓ ବଜାର ଭଳି ଜନଗହଳି ସ୍ଥାନରେ ଯାଞ୍ଚ କାର୍ଯ୍ୟକୁ ( Enforcement ) ତ୍ଵାରାନ୍ୱିତ କରିବାକୁ ଆଜି ଅପରାହ୍ନରେ ଅନୁଷ୍ଠିତ ଜୁମ୍ ବୈଠକରେ ପରାମର୍ଶ ଦେଇଛନ୍ତି। ଠେଲା ଦୋକାନୀ ମାନଙ୍କୁ ସହାୟତା ପ୍ୟାକେଜ୍ ଦେଇ ସେମାନଙ୍କର ଚଳପ୍ରଚଳ ବନ୍ଦ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ରାପିଡ୍ ରେସପନସ୍ ଟିମ୍ ସଠିକ୍ ସମୟରେ ସବୁ ସ୍ଥାନରେ ପହଞ୍ଚୁଛି କି ନାହିଁ ଓ ଆକ୍ରାନ୍ତମାନେ ମେଡିସିନ୍ କିଟ୍ ପାଉଛନ୍ତି କି ନାହିଁ ସେ ସମ୍ପର୍କରେ ଜିଲ୍ଲାପାଳ ସମୀକ୍ଷା କରିଥିଲେ। ତାଳଚେର କୋଭିଡ ହସପିଟାଲର ସଠିକ୍ ପରିଚାଳନାକୁ ନେଇ ଜିଲ୍ଲାପାଳ କଡ଼ା ତାଗିଦ୍ କରିଛନ୍ତି। କରୋନା ଆକ୍ରାନ୍ତ ଓ ସେମାନଙ୍କର ଆତ୍ମୀୟ ସ୍ବଜନ ମାନଙ୍କୁ ବିଭିନ୍ନ ସୂଚନା ପ୍ରଦାନ ନିମନ୍ତେ ହେଲପ୍ ଡେସ୍କ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।

Also Read | Corona Virus:ଆସୁଥିବା ଶୀତଋତୁରେ କରୋନା ଭାଇରସ୍ ଭାରତରେ ବୃଦ୍ଧି ପାଇପାରେ : ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ

Share this: