West Bengal:ପଶ୍ଚିମବଙ୍ଗକୁ ଯାଉଥିବା ଟ୍ରେନ୍‍ ଯାତ୍ରୀମାନଙ୍କୁ RT-PCR ନେଗେଟିଭ୍‍ ରିପୋର୍ଟ ନେବାକୁ ବାଧ୍ୟ: ରେଲୱେ

Share this:

ଭୂବନେଶ୍ଵର: ପୂର୍ବତଟ ରେଳପଥ (East Cost Railway) ପରିସୀମା ମଧ୍ୟରୁ ପଶ୍ଚିମବଙ୍ଗ(West Bengal) ର ଯେକୌଣସି ସ୍ଥାନକୁ ଯାଉଥିବା ଟ୍ରେନ୍‍ ଯାତ୍ରୀମାନଙ୍କୁ ଟ୍ରେନ୍‍ ଚଢ଼ିବାର ୭୨ ଘଣ୍ଟା ମଧ୍ୟରେ ପରୀକ୍ଷା ହୋଇଥିବା ଆର୍‍ଟିପିସିଆର୍‍ ନେଗେଟିଭ୍‍(RT-PCR Negative) ରିପୋର୍ଟ ନେବାକୁ କୁହାଯାଇଛି। ଏହି ଆର୍‍ଟିପିସିଆର୍‍ ନେଗେଟିଭ୍‍ ରିପୋର୍ଟ ଟ୍ରେନ୍‍ ଯାତ୍ରା ପୂର୍ବରୁ ଦର୍ଶାଇବାକୁ ପୂର୍ବତଟ ରେଳପଥ ପକ୍ଷରୁ ଯାତ୍ରୀମାନଙ୍କୁ ଅନୁରୋଧ କରାଯାଇଛି।

ସୂଚନାଅନୁସାରେ ପୁରୀ, ଭୁବନେଶ୍ୱର ଏବଂ ସମ୍ବଲପୁରରୁ ପଶ୍ଚିମବଙ୍ଗ ପାଇଁ ଛାଡ଼ୁଥିବା ଟ୍ରେନ୍‍ ପୁରୀ-ହାୱଡ଼ା ସ୍ପେଶାଲ୍‍, ପୁରୀ-ହାୱଡ଼ା ଦୂରନ୍ତ ଏକ୍ସପ୍ରେସ୍‍, ଭୁବନେଶ୍ୱର-ହାୱଡ଼ା ସ୍ପେଶାଲ୍‍, ସମ୍ପଲପୁର-ହାୱଡ଼ା ସ୍ପେଶାଲ୍‍ ଯାତ୍ରୀମାନେ ଏହି ମହାମାରୀ ପରିସ୍ଥିତିରେ ଅବାଧ ଯାତ୍ରା କରିବାପାଇଁ ସେମାନଙ୍କ ସହିତ ଆର୍‍ଟିପିସିଆର୍‍ ନେଗେଟିଭ୍‍ ରିପୋର୍ଟ ଆଣିବାକୁ କୁହାଯାଇଛି। ଏହାବ୍ୟତୀତ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଏବଂ ପୂର୍ବତଟ ରେଳପଥ ମଧ୍ୟଦେଇ ଯାତ୍ରା କରୁଥିବା ଟ୍ରେନ୍‍, ଯାହାକି ପଶ୍ଚିମବଙ୍ଗ ମଧ୍ୟରେ ଯେକୌଣସି ଷ୍ଟେସନଠାରେ ରହଣି କରୁଛି, ସେହିଠାରେ ଓହ୍ଲାଇବାକୁ ଥିବା ଯାତ୍ରୀମାନେ ଆର୍‍ଟିପିସିଆର୍‍ ନେଗେଟିଭ୍‍ ରିପୋର୍ଟ ଦେଖାଇବାକୁ ପଡ଼ିବ।

ସୂଚନାଯୋଗ୍ୟ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଏକ ନିର୍ଦ୍ଦେଶ ଦେଇଛନ୍ତି ଦୂର ଦୂରଗାମୀ ଟ୍ରେନ୍ ଏବଂ ଆନ୍ତଃ ରାଜ୍ୟ ବସ୍ ଯୋଗେ ଆସୁଥିବା ଯାତ୍ରୀମାନେ ମଧ୍ୟ ବାଧ୍ୟତାମୂଳକ ଭାବରେ RT- PCR ନେଗଟିଭ ପରୀକ୍ଷା ରିପୋର୍ଟ ଆଣିବେ। ସେ କହିଛନ୍ତି ପରୀକ୍ଷା ରିପୋର୍ଟର ସତ୍ୟତା ଯାଞ୍ଚ କରାଯାଇ ଅନିୟମିତତା ଯାଞ୍ଚ କରାଯିବ।

[amazon_auto_links id=”10233″]

Also Read | Bengal Violence: ଆକ୍ସନ ମୋଡ଼ରେ କେନ୍ଦ୍ର; ବଙ୍ଗଳା ହିଂସା ଘଟଣାର ଅନୁସନ୍ଧାନ ପାଇଁ ୪ ଜଣିଆ ଟିମ୍ ଗଠନ

Share this:

Leave a Reply

Your email address will not be published. Required fields are marked *