The kashmir files review: ଦ କାଶ୍ମୀର ଫାଇଲ୍ସ ବକ୍ସଅଫିସରେ ହିଟ, ଅନେକ ରାଜ୍ୟରେ ଟ୍ୟାକ୍ସ ଫ୍ରି

Share this:

ମୁମ୍ବାଇ: The kashmir files review ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ  ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ ମାର୍ଚ୍ଚ ୧୧ ତାରିଖରେ ରିଲିଜ୍ ହୋଇଛି। ଏହି ଚଳଚ୍ଚିତ୍ରଟି ସାରା ଭାରତରେ ଆଶ୍ଚର୍ଯ୍ୟଜନକଭାବେ ବ୍ୟବସାୟ କରି ଚାଲିଛି। ରିଲିଜ୍ ପୂର୍ବରୁ ଚଳଚ୍ଚିତ୍ରର ସଫଳତା ନେଇ ଅନେକ ଲୋକ ଆଶଙ୍କା ପ୍ରକାଶ କରୁଥିଲା। ଏହି ଫିଲ୍ମ ରିଲିଜ ହେବା ପରେ ଏହାକୁ ଦେଖିବା ପାଇଁ ଦର୍ଶକଙ୍କ ମନରେ ଆଗ୍ରହ ଦେଖାଦେଇଛି।

ମିଡ଼ିଆ ରିପୋର୍ଟ୍ ଅନୁଯାୟୀ ‘ଦ କଶ୍ମୀର ଫାଇଲ୍ସ’ (The kashmir Files) ରିଲିଜ୍ ହେବାର ପ୍ରଥମ ଦିନରେ ପ୍ରାୟ ୩.୫୫ କୋଟି ଟଙ୍କା ବ୍ୟବସାୟ କରିଥିଲା। ତୃତୀୟ ଦିନ ଏହା ଭାରତରେ ୧୫.୧୦ କୋଟି ଆୟ କରିଥିଲା। ଯାହା ପ୍ରଥମ ଦିନ ଆୟ ଠାରୁ ୩୨୫.୩୫ ପ୍ରତିଶତ ଅଧିକ ରହିଛି। ଭାରତରେ ‘ଦ କଶ୍ମୀର ଫାଇଲ୍ସ’ ଚାରିଦିନରେ ମୋଟ ୪୨.୨୦ କୋଟି ଆୟ କରି ସୁପର୍ ଡୁପର ହିଟ୍ ସାବ୍ୟସ୍ତ କରିଛି। ସବୁଠୁ ବଡକଥା ହେଉଛି ‘ଦ କଶ୍ମୀର ଫାଇଲ୍ସ’ ଫିଲ୍ମଟି କମ ବଜେଟରେ ତିଆରି ହେବା, ସୀମିତ ପ୍ରୋମୋଶନ୍ ଏବଂ ବଡ ତାରକା ବିହୀନ ଚଳଚ୍ଚିତ୍ରଟି ପୂର୍ବର ବ୍ଲକବଷ୍ଟର ଫିଲ୍ମର ରେକର୍ଡକୁ ଭାଙ୍ଗିଛି।

ଏହି ଫିଲ୍ମକୁ ଦେଶର ଅନେକ ରାଜ୍ୟରେ ଟ୍ୟାକ୍ସ ଫ୍ରି କରାଯାଇଛି। ମଧ୍ୟପ୍ରଦେଶ, ହରିୟାଣା, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ଗୁଜୁରାଟ, ଗୋଆ ଏବଂ ତ୍ରିପୁରାରେ ଟ୍ୟାକ୍ସ ଫ୍ରି କରାଯାଇଛି। ସେହିପରି ଉତ୍ତରାଖଣ୍ଡ ସରକାର ଟ୍ୟାକ୍ସ ଫ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ନିକଟରେ ଟୁଇଟ୍‌ ଯୋଗେ ଫିଲ୍ମ ଟ୍ୟାକ୍ସ ଫ୍ରି ଘୋଷଣା କରିଛନ୍ତି।

ଏହି ଫିଲ୍ମରେ ଅନୁପମ ଖେର, ମିଥୁନ ଚକ୍ରବର୍ତ୍ତୀ, ପଲ୍ଲବୀ ଯୋଶୀ, ଦର୍ଶନ କୁମାର, ଚିନ୍ମୟ ମାନ୍ଦଲେକର, ପୁନିତ ଇସର ପରି ବରିଷ୍ଠ କଳାକାର ଅଭିନୟ କରିଛନ୍ତି।

ସୂଚନାଯୋଗ୍ୟ ଏହି ଫିଲ୍ମଟି କଶ୍ମୀର ଉପତ୍ୟକାରେ କଶ୍ମୀରୀ ପଣ୍ଡିତଙ୍କ ହତ୍ୟା ଓ ପଳାୟନ ଉପରେ ଆଧାରିତ। କଶ୍ମୀରୀ ପଣ୍ଡିତମାନଙ୍କୁ ନିଜ ଅଞ୍ଚଳରୁ ବିତାଡ଼ିତ କରିବାର କାହାଣୀ ଏହି ଫିଲ୍ମ ଜରିଆରେ ପ୍ରଦର୍ଶିତ କରାଯାଇଛି।

Share this:

Leave a Reply

Your email address will not be published. Required fields are marked *