Odisha Covid Updates:ଆଜି ଓଡ଼ିଶାରେ ୧୬୧୫ଜଣ ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର: ଓଡ଼ିଶା (Odisha) ରେ ଗତ ୨୪ ଘଣ୍ଟାରେ ୧ ହଜାର ୬୧୫ଜଣ କରୋନା ସଂକ୍ରମିତ (Coronavirus)  ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୯୩୭ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୬୭୮ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୪୪୨ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୭୨ଜଣ, ବାଲେଶ୍ଵରରୁ ୯୮ଜଣ, ବରଗଡ଼ରୁ ୫ଜଣ, ଭଦ୍ରକରୁ ୬୦ଜଣ, ବଲାଙ୍ଗୀରିରୁ ୭ଜଣ, ବୌଦରୁ ୧୧ଜଣ, କଟକରୁ ୨୨୯ଜଣ, ଦେଓଗଡ଼ରୁ ୯ଜଣ, ଢେଙ୍କାନାଳରୁ ୩୦ଜଣ, ଗଜପତିରୁ ୨ଜଣ,  ଗଞ୍ଜାମରୁ ୭ଜଣ, ଜଗତସିଂପୁରରୁ ୯୬ଜଣ, ଯାଜପୁରରୁ ୭୦ଜଣ, ଝାରସୁଗୁଡାରୁ ୧୦ଜଣ, କଳାହଣ୍ଡିରୁ ୨ଜଣ, କନ୍ଧମାଳରୁ ୧୪ଜଣ, କେନ୍ଦ୍ରାପଡ଼ାରୁ ୪୦ଜଣ, କେଉଁଝରରୁ ୧୫ଜଣ, କୋରାପୁଟରୁ ୪ଜଣ, ମାଲକାନଗିରିରୁ ୪ଜଣ, ମୟୁରଭଞ୍ଜରୁ ୪୮ଜଣ, ନବରଙ୍ଗପୁରରୁ ୧୨ଜଣ, ନୟାଗଡ଼ରୁ ୪୨ଜଣ, ନୂଆପଡ଼ାରୁ ୫ଜଣ, ପୁରୀରୁ ୧୨୩ଜଣ, ରାୟଗଡାରୁ ୯ଜଣ, ସମ୍ବଲପୁରରୁ ୧୬ଜଣ, ସୋନପୁରରୁ ୯ଜଣ, ସୁନ୍ଦରଗଡରୁ ୩୦ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୯୪ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୫୮ ଲକ୍ଷ ୭୪ ହଜାର ୫୭୬ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୯ ଲକ୍ଷ ୭୪ ହଜାର ୧୩୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧ ହଜାର ୬୯୯ଜଣ ସୁସ୍ଥ ହେବା ସହିତ ମୋଟ ୯ ଲକ୍ଷ ୫୧ ହଜାର ୪୯ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୭ହଜାର ୨୬୨ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”9939″]

Share this: