Churu Incident: ରାଜସ୍ଥାନରେ ଗତ ୨୪ ଘଣ୍ଟାରେ ୯୪ ଗୋରୁ ମୃତ

Share this:

ଚୁରୁ: ଗତ ୨୪ ଘଣ୍ଟା ମଧ୍ୟରେ ଖାଦ୍ୟ ବିଷାକ୍ତ (Food poisoning) ସନ୍ଦେହରେ ଚୁରୁ ଜିଲ୍ଲାର ଏକ ସରକାରୀ ଚାଳିତ ଗୋରୁ ଆଶ୍ରୟସ୍ଥଳର (cattle shelter)ମୋଟ ୯୪ ଗୋରୁ ମୃତ୍ୟୁ ଘଟିଛି।

ଶୁକ୍ରବାର ରାତିରୁ ୭୮ ଗୋରୁଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ କେତେକ ଅସୁସ୍ଥ ଅଛନ୍ତି ବୋଲି ରାଜ୍ୟ ପଶୁପାଳନ ବିଭାଗର ଜଣେ ଅଧିକାରୀ କହିଛନ୍ତି। ଆଜି ରବିବାର ଅପରାହ୍ନ ପର୍ଯ୍ୟନ୍ତ ଏହି ମୃତ୍ୟୁ ସଂଖ୍ୟା ୯୪ରେ ପହଞ୍ଚିଛି।

ପଶୁମାନେ ଖାଦ୍ୟ ବିଷାକ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି ବୋଲି ପଶୁପାଳନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଡ଼ା ଜଗଦୀଶ (Animal Husbandry Department’s joint director, Dr Jagdish) କହିଛନ୍ତି।

ସେ କହିଛନ୍ତି, ସର୍ଦ୍ଦାରର ବିଲିୟୁବାସ୍ ରାମପୁରା ଗ୍ରାମ (Bilyubas Rampura village in Sardarshahar) ରେ ଥିବା ଗୋରୁ ଆଶ୍ରୟସ୍ଥଳରେ ବିଭାଗର ଟିମ୍ ଉପସ୍ଥିତ ଅଛନ୍ତି। ପରୀକ୍ଷଣ ପାଇଁ ଚାରା ନମୁନା ସଂଗ୍ରହ କରାଯାଇଛି ବୋଲି ସେ କହିଛନ୍ତି।

ପୂର୍ବରୁ ଏତେ ସଂଖ୍ୟକ ଗୋରୁଙ୍କ ମୃତ୍ୟୁ ‘ଗୋପଅଷ୍ଟମୀ’ (Gopasthmi) ଦିନ ହୋଇଥିଲା।

Also Read| Bharti Singh: ଡ୍ରଗ୍ ସେବନ ଅଭିଯୋଗରେ ହାସ୍ୟ ଅଭିନେତ୍ରୀ ଭାରତୀ ଏବଂ ତାଙ୍କ ସ୍ୱାମୀଙ୍କ ଘରେ ଏନସିବି ଦ୍ୱାରା ଚଢାଉ

Share this:

Leave a Reply

Your email address will not be published. Required fields are marked *